ମୋଦିଙ୍କ ବଦଳରେ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ କରାଗଲେ ଭଲ: ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ମୋଦିଙ୍କ ବଦଳରେ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ କରାଗଲେ ଭଲ: ପ୍ରିୟଙ୍କା

ମିର୍ଜାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱର ସବୁଠାରୁ ବଡ଼ ଅଭିନେତା ବୋଲି ତାଚ୍ଛଲ୍ୟ କରି ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଲୋକମାନେ ଯଦି ଜଣେ ବଡ଼ ଅଭିନେତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ତା’ହେଲେ ନରେନ୍ଦ୍ର ମୋଦିଙ୍କ ବଦଳରେ ବରଂ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସାଇବା ଉଚିତ ହେବ।

ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ରାଲିରେ ଉଦ୍‌ବୋଧନ ଦେଇ ପ୍ରିୟଙ୍କା କହିଛନ୍ତି, “ଆପଣ ଭାବନ୍ତୁ ଯେ ଆପଣ ଦୁନିଆର ସବୁଠାରୁ ବଡ଼ ଅଭିନେତାଙ୍କୁ ନିଜର ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି। ଆପଣମାନେ ଯଦି ବଲିଉଡ୍‌ର ବିଗ ବି ଅମିତାଭ ବଚ୍ଚନଙ୍କୁ ନିଜର ପ୍ରଧାନମନ୍ତ୍ରୀ ରୂପେ ଚୟନ କରିଥାଆନ୍ତେ, ତା’ହେଲେ ଭଲ ହୋଇଥାଆନ୍ତା।”

ଶେଷ ପର୍ଯ୍ୟାୟ ପାଇଁ ୧୯ ତାରିଖରେ ଭୋଟ୍‌ ହେବ। ଏହାପୂର୍ବରୁ ଆଜିର ପ୍ରଚାରର ଶେଷ ଦିନରେ ସବୁ ଦଳର ରାଜନେତା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।



from Odisha Reporter http://bit.ly/2EdxPZk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages