ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ ଇସ୍ତଫା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ଏନେଇ ଆଜି ଘୋଷଣା କରିଛନ୍ତି।

ଇସ୍ତଫା ଦେବା ପରେ ନିରଞ୍ଜନ କହିଛନ୍ତି,“ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି। ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛି। ସାରା ଦେଶରେ ମୋଦି ବାତ୍ୟା ପ୍ରବାହିତ ହେଲା,ସେଥିରେ ଆମେ ଟଳି ପଡ଼ିଲୁ।”

ସେ ଆହୁରି କହିଛନ୍ତି,“ ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକେ ଭରସା କଲେ। ରାଜନୀତିରେ ନୀତି, ଆଦର୍ଶ ନାହିଁ’, ବ୍ୟବସାୟୀକରଣ ହୋଇଛି। ନୀତି, ଆଦର୍ଶବାନ ଯୁବପିଢ଼ି ନେତୃତ୍ୱ ପାଇଁ ଆଗେଇ ଆସନ୍ତୁ”

ମୁଁ କଂଗ୍ରେସରେ ରହିଛି, ରହିବି। ଏହାକୁ ମଜଭୁତ କରିବି ବୋଲି ନିରଞ୍ଜନ କହିଛନ୍ତି।

ସୂଚନାଯୋଗ୍ୟ,  ନିରଞ୍ଜନ ୨ଟି ଆସନରୁ  ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଘସିପୁରାରୁ ସେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ନିକଟରୁ ହାରି ଯାଇଛନ୍ତି। ସେହିପରି ଭଣ୍ଡାରିପୋଖରୀରେ ସେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ନିକଟରୁ ହାରି ଯାଇଛନ୍ତି।

ନିରଞ୍ଜନ ଗୋଟିଏ ସ୍ଥାନରୁ ୩୨,୪୭୭ ହଜାର ଭୋଟ୍‌ରେ ହାରି ଥିବା ବେଳେ ଅନ୍ୟ ଏକ ସ୍ଥାନରେ ୮,୧୪୩ ଭୋଟ୍‌ରେ ହାରିଛନ୍ତି।

ଚଳିତ ନିର୍ବାଚନରେ ୧୪୭ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ  କେବଳ ୯ଟି ହାତେଇବାରେ ସକ୍ଷମ ହୋଇପାରିଛି । ଆଉ ୨୧ ଲୋକସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନରେ ହିଁ ସନ୍ତୁଷ୍ଟ ହେବାକୁ ପଡିଛି ଏହି ଦଳକୁ ।



from Odisha Reporter http://bit.ly/2EoQFNl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages