
ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ଦଳର ଦୁଇ ମାର୍ଗଦର୍ଶକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ ଶାହ। ଆଜି ସକାଳେ ଭିନ୍ନ ଭିନ୍ନ ସମୟରେ ଏହି ଦୁଇ ନେତା ଭେଟିଛନ୍ତି। ଉଭୟଙ୍କ ଆଶୀର୍ବାଦ ନେବା ସହ କିଛି ସମୟ ମୋଦି, ଅମିତ ଶାହ ଦଳର ସଫଳତା ବାବଦରେ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ ଭେଟିବାର କିଛି ଫଟୋ ସହ ଟ୍ୱିଟ୍ କରି ଆଡଭାନୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଦଳରେ ଆପଣଙ୍କ ଭଳି ବରିଷ୍ଠ ନେତା ଓ ଦଳକୁ ଗଢ଼ିବାରେ ଆପଣଙ୍କ ମାର୍ଗଦର୍ଶନ ଆଜି ବିଜେପିକୁ ଏଭଳି ସ୍ଥିତିରେ ପହଞ୍ଚାଇଛି। ସୂଚନାଯୋଗ୍ୟ ଯେ ଆଡ଼ଭାନୀଙ୍କୁ ଚଳିତ ଥର ଦଳ ଟିକେଟ ଦେଇନଥିଲା ବୟସାଧିକ କାରଣରୁ। ତେବେ ତାଙ୍କ ଗାନ୍ଧିନଗର ଆସନରୁ ବିଜେପି ସଭାପତି ଅମିତ ଶାହ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି।
Called on respected Advani Ji. The BJP’s successes today are possible because greats like him spent decades building the party and providing a fresh ideological narrative to the people. pic.twitter.com/liXK8cfsrI
— Narendra Modi (@narendramodi) May 24, 2019
ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତା ମୁରଲୀ ମନୋହର ଜୋଶୀଙ୍କୁ ଭେଟିଛନ୍ତି ମୋଦି ଓ ଅମିତ ଶାହ। ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମୁରଲୀ ମନୋହର ଜୋଶୀ ଜଣେ ଜ୍ଞାନୀ, ବିଦ୍ୱାନ ବ୍ୟକ୍ତି। ତାଙ୍କର ପ୍ରଚେଷ୍ଟାରେ ଦେଶର ଶିକ୍ଷା ପଦ୍ଦତିରେ ଅନେକ ପରିବର୍ତ୍ତନ ହୋଇଛି। ଯାହାକି ଦେଶକୁ ଆଗକୁ ନେବାରେ ସହାୟକ ହୋଇଛି।
Dr. Murli Manohar Joshi is a scholar and intellectual par excellence. His contribution towards improving Indian education is remarkable. He has always worked to strengthen the BJP and mentor several Karyakartas, including me.
Met him this morning and sought his blessings. pic.twitter.com/gppfDt7KiB
— Narendra Modi (@narendramodi) May 24, 2019
ସୂଚନା ଥାଉ କି ଆଡଭାନୀଙ୍କୁ ଚଳିତଥର ବିଜେପି ବୟସାଧିକ କାରଣରୁ ଟିକେଟ ଦେଇନଥିଲା। ଏହି ଆସନରୁ ବିଜେପି ସଭାପତି ଅମିତ ଶାହ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଲୋକସଭା ଆସନ ବାରଣାସୀରୁ ପୂର୍ବରୁ ମୁରଲୀ ମନୋହର ଜୋଶୀ ନିର୍ବାଚନ ଲଢ଼ୁଥିଲେ। ୨୦୧୪ରେ ଏହି ଆସନରେ ଜୋଶୀଙ୍କ ସ୍ଥାନରେ ମୋଦି ପ୍ରାର୍ଥୀ ହୋଇଥିଲେ। ଏଥର ଆଡଭାନୀଙ୍କ ପରି ମୁରଲୀ ମନୋହର ଜୋଶୀଙ୍କ ଦଳ ଟକେଟ କାଟିଥିଲା।
from Odisha Reporter http://bit.ly/2X5BlMW
No comments:
Post a Comment