
ଭୁବନେଶ୍ବର (ଓଡ଼ିଶା ରିପୋର୍ଟର) : ସାମୁଦ୍ରିକ ଝଡ଼ ‘ଫୋନି ‘ ଆସନ୍ତାକାଲି ସକାଳେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କେବଳ ବାତ୍ୟା ପରିଚାଳନା ସହ ଜଡ଼ିତ ଅଫିସ ଖୋଲା ରହିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ‘ଫୋନି’ର ସମୀକ୍ଷା କରିବା ପରେ ଲୋକଙ୍କୁ ଭୟଭୀତ ନହୋଇ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିବା ସହ ବାତ୍ୟା ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ପୁରୀ ନିକଟରେ ବାତ୍ୟା ସ୍ଥଳଭାଗ ଛୁଉଁଥିବାରୁ ପୁରୀବାସୀଙ୍କୁ ଅଧିକ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଏସଆରସି ଅଫିସ ଯାଇ ସେଠାରେ ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ।
from Odisha Reporter http://bit.ly/2DFQdcX
No comments:
Post a Comment