ବଜାରରେ ‘ଫୋନି’ ଇଫେକ୍ଟ, ଦରକାରୀ ଜିନିଷ କିଣିବା ପାଇଁ ଲୋକଙ୍କ ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ବଜାରରେ ‘ଫୋନି’ ଇଫେକ୍ଟ, ଦରକାରୀ ଜିନିଷ କିଣିବା ପାଇଁ ଲୋକଙ୍କ ଭିଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସକାଳେ ବାତ୍ୟା ‘ଫୋନି’ ସ୍ଥଳଭାଗ ଛୁଇଁବ। ତେବେ ଏହା ପୂର୍ବରୁ ମାର୍କେଟରେ ଏହାର ଇଫେକ୍ଟ ଦେଖିବାକୁ ମିଳିଛି। ଆଳୁ, ପିଆଜ, ଚୁଡ଼ା, ଚାଉଳ ଓ କ୍ୟାଣ୍ଡେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଏପରି ଚିତ୍ର କେବଳ ଉପକୂଳ ନୁହେଁ, ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳିଛି।

ଆଜି ଦିନ ୧୦ଟା ବେଳକୁ କଟକ ଛତ୍ର ବଜାରରେ ଦେଖିବାକୁ ମିଳିଥିଲା ଅସ୍ୱଭାବିକ ଭିଡ଼। ଗ୍ରୋସରୀ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି କଟକ ମାଲଗୋଦାମରେ ମଧ୍ୟ ଲାଗିଥିଲା ଲୋକଙ୍କ ଗହଳି। ଠିକ୍‌ ସେମିତି ଦେଖିବାକୁ ମିଳିଥିଲା ବ୍ରହ୍ମପୁର ବଡ଼ ବଜାରରେ। ଆଳୁ, ପିଆଜ ଓ ଅନ୍ୟ କଞ୍ଚା ପରିବା ନେବାକୁ ଗ୍ରାହକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। ଏପଟେ ଲୋକଙ୍କ ବ୍ୟଗ୍ରତା ଓ ଚାହିଦାକୁ ଦେଖି ରେଟ୍‌ ପ୍ରତି ଆଖି ବୁଜି ଦେଇଥିଲେ କିଛି ଅସାଧୁ ବ୍ୟବସାୟୀ।

କଟକରେ ଆଳୁ କିଲୋଟିଏ ପାଇଁ ଗ୍ରାହକଙ୍କୁ ୨୭ ଟଙ୍କା ଦେବାକୁ ପଡ଼ିଥିଲା। ବ୍ରହ୍ମପୁରରେ ୪୦ ଟଙ୍କା ଦେବା ପରେ ମଧ୍ୟ ଆଳୁ ମିଳିନଥିବା ଅଭିଯୋଗ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବିଭିନ୍ନ ସପିଙ୍ଗ ମଲରେ ମଧ୍ୟ ବେଶ୍ ଗହଳି ଲାଗିଥିଲା।

ଏପଟେ ପେଟ୍ରୋଲ ଓ ଡିଜେଲ ପାଇଁ ବିଭିନ୍ନ ପଟ୍ରୋଲ ପମ୍ପରେ ଲାଗିଥିଲା ଲୋକଙ୍କ ଲମ୍ବା ଲାଇନ୍। ବାତ୍ୟା ପୂର୍ବରୁ ଗାଡ଼ିର ଟାଙ୍କି ଫୁଲ କରିବାକୁ ତେଲ ଟାଙ୍କିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଗ୍ରାହକ। ଅବଶ୍ୟ ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ରାଜଧାନୀବାସୀଙ୍କ ମଧ୍ୟରେ ତେଲ ପାଇଁ ଅଧିକ ବ୍ୟଗ୍ରତା ଦେଖିବାକୁ ମିଳିଥିଲା।

ବାତ୍ୟାକୁ ଦୃଷ୍ଟିରେ ରଖି କାଳେ ଅସାଧୁ ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ବେଆଇନ ଭାବେ ମହଜୁଦ ରଖିବେ, ସେ ଦିଗରେ ତ୍ୱରିତ ପଦକ୍ଷେପ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଯୋଗାଣ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଜିଲ୍ଲା ସ୍ତରରେ ଏହି ନିର୍ଦ୍ଦେଶ ଯେପରି ଠିକ୍ ଭାବେ କାର୍ଯ୍ୟକାରୀ କରାଯିବ, ସେ ନେଇ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 



from Odisha Reporter http://bit.ly/2WnYs4U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages