
ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡ ବ୍ୟାଙ୍କ ନାମ ଗୋପନ ରଖି କଳାଟଙ୍କା ରଖିବାର ଏକ ପ୍ରମୁଖ ଠିକଣା। ଏବେ ଏହି ବ୍ୟାଙ୍କ କଳାଟଙ୍କା ରଖିଥିବା ଭାରତୀୟ ଜମାକାରୀଙ୍କ ନାମ ପ୍ରକାଶ କରିବ। ଦୀର୍ଘ ଦିନରୁ ଭାରତ ସରକାର ଏଥିପାଇଁ ପ୍ରୟାସ କରୁଥିଲେ ମଧ୍ୟ ଏବେ ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି ସୁଇଜରଲ୍ୟାଣ୍ଡ ସରକାର। ଏ ନେଇ ସୁଇଜରଲାଣ୍ଡ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡ଼ିଛି।
ଗତ ସପ୍ତାହରେ ୧୧ ଜଣ ଭାରତୀୟ ସୁଇସ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ସୁଇଜରଲ୍ୟାଣ୍ଡ ସରକାର ନୋଟିସ୍ ପଠାଇଛନ୍ତି। ତେବେ ଏହା ପୂର୍ବରୁ ସୁଇଜରଲ୍ୟାଣ୍ଡ ସରକାର ମାର୍ଚ୍ଚ ମାସରେ ୧୪ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ ପଠାଇଥଲେ ବୋଲି ଜଣାପଡ଼ିଛି। ଆକାଉଣ୍ଟଧାରୀ ମାନେ ଯଦି ତାଙ୍କ ବାବଦରେ ସୂଚନା ପ୍ରକାଶ କରିବା ପାଇଁ ଚାହୁଁ ନାହାନ୍ତି ତାହେଲେ ଏଥିପାଇଁ ଏକ ଅପିଲ କରିପାରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି। ଏଥିପାଇଁ ୩୦ଦିନ ସମୟ ଦିଆଯାଇଛି ଏବଂ ଏହା ଅନ୍ତିମ୍ ଅପିଲ୍ ହେବ ବୋଲି ନୋଟିସରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଯଦି ଅପିଲ୍ ନକରିବେ ତାହେଲେ ସୁଇଜରଲ୍ୟାଣ୍ଡ ସରକାର ତାଙ୍କର ଜମାରାଶି ସଂକ୍ରାନ୍ତ ସମ୍ପୂର୍ଣ୍ଣ ତଥ୍ୟ ଭାରତ ସରକାରକୁ ଦେବେ।
ଏହି ବିଜ୍ଞପ୍ତିରେ ଆକାଉଣ୍ଟଧାରୀ ବ୍ୟକ୍ତିଙ୍କ ନାମ ବଦଳରେ ତାଙ୍କର ଜନ୍ମତାରିଖ ଏବଂ ନାଗରିକତ୍ୱ ସମ୍ପର୍କରେ ସୂଚନା ଦିଆଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଭାରତୀୟଙ୍କ ନାମ
ଜଣାପଡ଼ିଛି। ଏମାନେ ହେଲେ ୧୯୪୯ ମସିହା ମେ’ ମାସରେ ଜନ୍ମଗ୍ରହଣ କରିଥିବା କୃଷ୍ଣ ଭଗବାନ ରାମଚନ୍ଦ୍ର, ଅନ୍ୟଜଣେ ୧୯୭୨ ମସିହା ସେପ୍ଟେମ୍ୱରରେ ଜନ୍ମିତ ହର୍ଷଦ କିନାରୀଓ୍ୱାଲା।
ତେବେ ଅନ୍ୟ ସୁଇସ ଆକାଉଣ୍ଟଧାରୀଙ୍କ କେବଳ ଜନ୍ମତିଥି ମିଳିଛି। ଏହି ସମସ୍ତ ଆକାଉଣ୍ଟଧାରୀ ୩୦ ଦିନ ମଧ୍ୟରେ ନିଜର ଆପତ୍ତି ଜଣାଇପାରିବେ। ନହେଲେ ସୁଇଜରଲ୍ୟାଣ୍ଡ ସରକାର ସମସ୍ତ ତଥ୍ୟ ଭାରତ ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
ମେ ୭ରେ ଭାରତ ଜନ୍ମିତ ରତନ ସିଂହ ଚୌଧୁରୀ, କୁଲଦୀପ ସିଂହ ଧିଙ୍ଗାରୀ, ଅନୀଲ ଭରଦ୍ୱାଜଙ୍କୁ ବି ଏହି ଭଳି ନୋଟିସ ପଠାଯାଇଥିଲା। ତେବେ ପ୍ରକାଶ ପାଇବାକୁ ଥିବା ସୁଇସ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ତାଲିକାରେ ଅନେକଙ୍କ ନାମ ପାନାମା ପେପର ଏବଂ ଏଚଏସବିସି ବ୍ୟାଙ୍କ ତାଲିକାରେ ମଧ୍ୟ ରହିଥାଇ ପାରେ ବୋଲି କୁହାଯାଉଛି।
from Odisha Reporter http://bit.ly/2JG7kjB
No comments:
Post a Comment