‘ଫୋନି’ ବାତ୍ୟାର ଆଗୁଆ ସୂଚନା ପାଇଁ ୬୫ ଲକ୍ଷ ଏସ୍‌ଏମ୍‌ଏସ୍‌ ପଠାଇଥିଲା ଆଇଏମ୍‌ଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

‘ଫୋନି’ ବାତ୍ୟାର ଆଗୁଆ ସୂଚନା ପାଇଁ ୬୫ ଲକ୍ଷ ଏସ୍‌ଏମ୍‌ଏସ୍‌ ପଠାଇଥିଲା ଆଇଏମ୍‌ଡି

ନୂଆଦିଲ୍ଲୀ: ଓଡ଼ିଶାର ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଫୋନି’ ପୂର୍ବରୁ ଏହାର ଭୟାବହତା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଲୋକମାନଙ୍କୁ ପ୍ରାୟ ୬୫ ଲକ୍ଷ ଏସ୍‌ଏମଏସ୍‌ କରିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କୁ ଆଇଏମଡି ଦେଇଥିବା ରିପୋର୍ଟ ଅନୁଯାୟୀ, ସଂସ୍ଥା ପକ୍ଷରୁ ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକା, ତାମିଲନାଡୁ ଓ ପଡ଼ୁଚେରୀରର ପ୍ରାୟ ୫୯ ଲକ୍ଷ ଚାଷୀଙ୍କୁ ଏସ୍‌ଏମଏସ୍‌ ପଠାଯାଇ ଥିଲା।

ଏହି ୫୯ ଲକ୍ଷ ଏସ୍‌ଏମ୍‌ଏସ୍‌ ମଧ୍ୟରୁ ପ୍ରାୟ ଅଧା କେବଳ ଓଡ଼ିଶାର ଚାଷୀମାନଙ୍କ ପାଖକୁ ପଠାଯାଇ ଥିଲା। ଓଡ଼ିଶାରେ ଫୋନି ଲ୍ୟାଣ୍ଡଫଲ୍‌ କରିବାର ଥିବାରୁ ଚାଷୀଙ୍କୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଥିଲା। ଏଥିମଧ୍ୟରୁ କିଛି ଏସ୍‌ଏମଏସ୍‌ ଆଞ୍ଚଳିକ ଭାଷାରେ ପଠା ଯାଇଥିଲା। ଯେଉଁଥିରେ ଲେଖାଯାଇଥିଲା ଯେ “ବାତ୍ୟା ପୂର୍ବରୁ ଆପଣମାନେ ଆପଣଙ୍କ ଗୃହପାଳିତ ପଶୁ ପକ୍ଷୀଙ୍କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଅମଳ ବନ୍ଦ କରିବା ସହ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ।”

ଏପ୍ରି ୨୬ରୁ ମେ’ ୩ ମଧ୍ୟରେ ଏକାଧିକ ଏସ୍‌ଏମ୍‌ଏସ୍‌ ଚାଷୀଙ୍କ ନିକଟକୁ ପଠା ଯାଇଥିଲା। ସେହିପରି ୪ ଲକ୍ଷରୁ ଅଧିକ ଏସ୍‌ଏମଏସ୍‌ ସାଧାରଣ ଲୋକଙ୍କ ପାଖକୁ ପଠା ଯାଇଥିଲା। ୨,୧୪୦ଟି ଏସ୍‌ଏମଏସ୍‌ ବିଭିନ୍ନ ରାଜ୍ୟର ଡିଜାଷ୍ଟର ମ୍ୟାନେଜର୍ସଙ୍କୁ ମଧ୍ୟ ଏସ୍‌ଏମ୍‌ଏସ୍‌ ପଠାଯାଇ ଥିଲା। ଏହାବାଦ୍‌ ବିଶାଖାପଟନମ, ଭୁବନେଶ୍ୱର ଓ କୋଲକାତାରେ ଥିବା ସାଇକ୍ଲୋନ୍‌ ୱାର୍ଣ୍ଣିଂ ସେଣ୍ଟରରୁ ବିଭିନ୍ନ ଷ୍ଟେକ୍‌ ହୋଲ୍ଡରଙ୍କୁ ଫୋନି ସମ୍ପର୍କରେ ୩୩,୫୦୦ ଏସ୍‌ଏମ୍‌ଏସ୍‌ ପଠାଯାଇ ଥିଲା।



from Odisha Reporter http://bit.ly/2K5Onq4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages