କ୍ରିକେଟ୍‌ ମହାକୁମ୍ଭରେ ଖେଳିବେ ଏହି କ୍ୟୁଟ୍ କ୍ରିକେଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

କ୍ରିକେଟ୍‌ ମହାକୁମ୍ଭରେ ଖେଳିବେ ଏହି କ୍ୟୁଟ୍ କ୍ରିକେଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରିଯାଇଛି ଫଟାଫଟ୍‌ କ୍ରିକେଟ୍‌ର ମଜା। ସବୁ କଳ୍ପନା ଜଳ୍ପନା ଶେଷରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ର ଟ୍ରଫି ହାତେଇଛି। ଏବେ ସବୁ ଖେଳାଳିମାନେ ଟିକେ ରିଲାକ୍ସ ପାଇଁ ଛୁଟି କାଟୁଛନ୍ତି। କ୍ରିକେଟ୍‌ ପ୍ରେମୀମାନଙ୍କ ଭିତରେ ଆଇପିଏଲ୍‌ର ଫିଭର୍‌ ଆଉ ନାହିଁ। ହେଲେ ଆଗକୁ ଆସୁଥିବା ୱାଲ୍ଡ କପ୍‌ ନିଶା ଚଢ଼ିବାକୁ ଯାଉଛି।

ଠିକ୍ ଏତିକି ବେଳେ ବିଭିନ୍ନ ସୋଶାଲ ମିଡିଆ ସାଇଟ୍‌ରେ ଭାରତର ଷ୍ଟ୍ରାର କ୍ରିକେଟରମାନଙ୍କୁ ନେଇ ଯେଉଁ ଫଟୋ ଭାଇରାଲ୍ ହୋଇଛି ଆପଣ ଦେଖିଲେ ନିଶ୍ଚୟ ଆମୋଦିତ ହେବେ।

ଏହି ଫଟୋକୁ ଦେଖିଲେ ଲାଗୁଛି ସତେ ଯେମିତି, ଭାରତୀୟ କ୍ରିକେଟ୍‌ ଟିମ୍‌ର ଏହି ଷ୍ଟାର କ୍ରିକେଟରମାନେ ସ୍କୁଲ୍‌ରେ ପଢ଼ୁଥିବା ଛୁଆ। ସେମାନଙ୍କର କ୍ଲାସ୍‌ ପରୀକ୍ଷା ଶେଷ ହୋଇଛି। ଏବେ ସେମାନେ ଟିକେ ମଉଜ ମଜ୍ଲିସ୍ କରୁଛନ୍ତି। ଆଉ କିଛି ଦିନ ଗଲେ ବାର୍ଷିକ ପରୀକ୍ଷା ଅର୍ଥାତ ବିଶ୍ୱ କପ୍ ଆସିବ।

ବାର୍ଷିକ ପରୀକ୍ଷା ପାଇଁ ପାଠ ପଢ଼ିବା ଆଗରୁ ଏବେ ତାଙ୍କୁ ଟିକିଏ ମଉଜ କରିବା ପାଇଁ ଫ୍ରି ଛାଡ଼ି ଦିଆଯାଇଛି। ଆପଣ ହୁଏତ ଏହି ଫଟୋକୁ ସୋଶାଲ୍‌ ମିଡିଆରେ ଦେଖିଥିବେ। ଆମ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳିମାନଙ୍କ ଫଟୋକୁ ଏମିତି ରୂପ ଦିଆଯାଇଛି ସତେ ଯେମିତି ସେମାନଙ୍କୁ ଏବେ ମାତ୍ର ୧୦ କି ୧୨ ବର୍ଷ ହୋଇଥିବ। ଏବେ ସେହି ଫଟୋ ସବୁ ଭାଇରାଲ୍‌ ହେବାରେ ଲାଗିଛି।

ଥରେ ଭାବନ୍ତୁ ତ, ଏହି କୁନି କୁନି ଖେଳାଳି ମାନେ ଯଦି ଇଣ୍ଡିଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ, ତେବେ ଖେଳ କେଉଁ ପ୍ରକାର ହେବ। ପଡ଼ିଆରେ ଏହି କ୍ୟୁଟ୍‌ କ୍ୟୁଟ୍‌ ପିଲା ବ୍ୟାଟ୍‌ ବଲ୍‌ ଧରି ଖେଳିବେ ଏବଂ ବଲ୍‌ ପଛରେ ଧାଇଁବେ। ସତରେ ପାଭିଲିୟନରେ ଦର୍ଶକମାନେ ମନୋରଞ୍ଜନର ଭରପୁର ଖୋରାକ୍ ପାଇବେ ନିଶ୍ଚୟ।

ଆଜିକାଲି ଟେକ୍ନୋଲୋଜି ଏତେ ବ୍ୟାପକ ଏବଂ ଆଧୁନିକ ହେଲାଣି ଯେ, ଜଣେ ବୟସ୍କ ବ୍ୟକ୍ତିଙ୍କ ଫଟୋକୁ ଛୋଟ ଛୁଆ ଭଳି କରିହେଉଛି ଆଉ ଜଣେ ଛୋଟ ଛୁଆର ଫଟୋକୁ ବଡ଼ ମଣିଷଙ୍କ ଚେହେରା ଭଳି ମଧ୍ୟ କରି ହେଉଛି। ଆପଣ ଦେଖୁଥିବା ଫଟୋରେ ଭାରତୀୟ କ୍ରିକେଟ୍ ଟିମ୍ର କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ସମେତ ଅନ୍ୟ ସବୁ ଖେଳାଳିମାନେ ଅଛନ୍ତି।

ମେ’ ୩୦ରେ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ୍‌ ମହାକୁମ୍ଭରେ ଏହି କୁନି କୁନି ଖୋଳାଳିମାନେ କିଭଳି ବଡ଼ ବଡ଼ ଛକା ମାରିବେ ,ତାହା କେବଳ ଦେଖିବାକୁ  ବାକି ରହିଲା।



from Odisha Reporter http://bit.ly/2WSEEGW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages