ରାଜ୍ୟର ୩୪ ବୁଥ୍‌ରେ ଚାଲିଛି ସାନି ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ରାଜ୍ୟର ୩୪ ବୁଥ୍‌ରେ ଚାଲିଛି ସାନି ମତଦାନ

voting

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନର ଆଜି ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେଉଛି। ସପ୍ତମ ପର୍ଯ୍ୟାୟରେ ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ହେଉଛି ଭୋଟିଂ।

ତେବେ ବୁଥ୍ ରିଗିଂ, ଇଭିଏମ୍ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ଓଡ଼ିଶାର ୩୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଛି। ୩୪ଟି ବୁଥ୍ ଭିତରୁ ଯାଜପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ ୯ଟି ବୁଥ୍‌ରେ ସାନି ଭୋଟ୍‌ ଗ୍ରହଣ ହେଉଛି। ବରୀର ୫ଟି, ବିଞ୍ଝାରପୁରର ୨ଟି, ସୁକିନ୍ଦା ଓ ଧର୍ମଶାଳାର ଗୋଟିଏ ଲେଖାଏ ବୁଥ୍‌ରେ ଭୋଟ୍‌ ଗ୍ରହଣ ହେଉଛି।

ସେହିପରି କଟକର ୫ଟି ମଧ୍ୟରୁ ଆଠଗଡ଼ର ୪ଟି ଏବଂ ବଡ଼ମ୍ବାର ଗୋଟିଏ ବୁଥ୍ ସାନି ମତଦାନ ହେଉଛି। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ମାହାଙ୍ଗାର ୪ଟି ଓ ସାଲେପୁରର ଗୋଟିଏ ବୁଥରେ ମଧ୍ୟ ସାନି ଭୋଟ୍‌ ଗ୍ରହଣ ହେଉଛି।

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବାରିପଦାର ୪ଟି ଓ ବାଙ୍ଗିରିପୋଷିର ଗୋଟିଏ ବୁଥରେ ସାନି ମତଦାନ ଚାଲିଛି। ପୁରୀର ୩ଟି, ବାଲେଶ୍ୱର ଓ ଢେଙ୍କାନାଳର ଦୁଇଟି, ଭୁବନେଶ୍ୱର, କେନ୍ଦୁଝର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଗୋଟିଏ ଲେଖାଏ ବୁଥ୍‌ରେ ସାନି ମତଦାନ ଚାଲିଛି।  ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଅପରାହ୍ନ ୬ଟା ପର୍ଯ୍ୟନ୍ତ ଚାଲିବ।



from Odisha Reporter http://bit.ly/2WfmMsT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages