କାହିଁକି ନିର୍ବାଚନ ରେଜଲ୍ଟ ପୂର୍ବରୁ ଚୌକିଦାର ହେଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

କାହିଁକି ନିର୍ବାଚନ ରେଜଲ୍ଟ ପୂର୍ବରୁ ଚୌକିଦାର ହେଲେ ବିରୋଧୀ

ନୂଆଦିଲ୍ଲୀ: ଭୋଟ୍‌ ଗଣତି ପୂର୍ବରୁ ଏବେ ବିରୋଧୀ ଦଳର ନେତା ଓ କର୍ମୀମାନେ ଚୌକିଦାରର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଚଳିତ ନିର୍ବାଚନରେ ‘ମେଁ ଭି ଚୌକିଦାର ହୁଁ’ ନାରା ଦେଇ ପ୍ରଚାର କରୁଥିବା ବେଳେ ହଠାତ୍‌ ବିରୋଧୀ ଚୌକିଦାରଙ୍କ ଭଳି ରାତିରେ ଉଜାଗର ରହିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ତେବେ ଏହା ପଛରେ ଏକ ସ୍ୱତନ୍ତ୍ର କାରଣ ରହିଛି।

ଏକଜିଟ୍‌ ପୋଲ୍‌ ଫଳାଫଳ ମୋଦି ପୁଣିଥରେ କ୍ଷମତା ଦଖଲ କରିବାର ସଙ୍କେତ ଦେଇଥିବାରୁ ଏବେ ବିରୋଧୀଙ୍କ ନିଦ ହଜି ଯାଇଛି। ସେମାନେ କେବଳ ଏବେ ଇଭିଏମ୍‌ ଟ୍ୟାମ୍ପରିଂ ହେବାର ଆଶଙ୍କାରେ ରହିଛନ୍ତି। ଫଳରେ ଏକାଧିକ ରାଜ୍ୟରେ ବିରୋଧୀ ଦଳର ନେତା ଓ କର୍ମୀମାନେ ଗତକାଲି ରାତିଠାରୁ ଚୌକିଦାର ଭୂମିକାକୁ ଆସିଛନ୍ତି।

ଏମାନେ ଇଭିଏମ୍‌ ରଖାଯାଇଥିବା ବିଭିନ୍ନ କ୍ୟାମ୍ପସଗୁଡ଼ିକ ଆଗରେ ରାତି ତମାମ ପ୍ରହାର ଦେଉଛନ୍ତି। ବିରୋଧୀ ଦଳଗୁଡ଼ିକ ଇଭିଏମ ଟ୍ୟାମ୍ପରିଂର ଅଭିଯୋଗ ଆଣିଥିବା ବେଳେ ଉତ୍ତର ପ୍ରଦେଶରେ ଏକାଧିକ ଇଭିଏମ ମେସିନ୍‌ ସ୍ଥାନାନ୍ତର ହେବାର ଭିଡିଓ ପ୍ରକାଶ ପାଇଥିଲା। ତେଣୁ ବିରୋଧୀ ଦଳଗୁଡ଼ିକ ଇଭିଏମ ଟ୍ୟାମ୍ପରିଂକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଏହାକୁ ଜଗି ରହିଛନ୍ତି।

ଗତକାଲି ରାତିରେ ମଧ୍ୟପ୍ରଦେଶର ଭୋପାଲରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂହ ଓ ତାଙ୍କ ପତ୍ନୀ ନିର୍ବାଚନ ପରେ ସଂରକ୍ଷିତ ଭାବେ ରହିଥିବା ଇଭିଏମ ଗୁଡ଼ିକୁ ଦେଖିବା ପାଇଁ କେନ୍ଦ୍ରୀୟ ଜେଲ୍‌ ନିକଟରେ ପହଞ୍ଚିଥିଲେ। ସେହିପରି ମୀରଟ ଓ ରାଏବରେଲୀ ପାଇଁ ରଖାଯାଇଥିବା ଇଭିଏମ ପାଇଁ କଂଗ୍ରେସ କର୍ମୀମାନେ ଗତକାଲି ରାତିଠାରୁ ପ୍ରହାରା ଦେଉଛନ୍ତି।

ଚଣ୍ଡିଗଡ଼ରେ କଂଗ୍ରେସ କର୍ମୀମାନେ ଇଭିଏମ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ ଆଗରେ ସୋମବାରଠାରୁ ବସି ରହିଛନ୍ତି। ତାମିଲନାଡୁରେ ଡିଏମକେ ନେତ୍ରୀ କାନିମୋଝି ମଧ୍ୟ ଟୁଟିକୁଡ଼ିରୁ ଇଭିଏମ ସ୍ଥାନାନ୍ତର ହୋଇଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ତାଙ୍କର ଏଜେଣ୍ଟମାନଙ୍କୁ ଏହା ଉପରେ ନଜର ରଖିବା ସହ ସିସିଟିଭି ଯାଞ୍ଚ ପାଇଁ ଦାବି କରିଛନ୍ତି।

କେରଳର ଥିରୁଭନନ୍ତପୁରମର କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ବି ଇଭିଏମ ରଖାଯାଇଥିବା କ୍ୟାମ୍ପସ ବୁଲି ଦେଖିଛନ୍ତି। ଉତ୍ତର ପ୍ରଦେଶରେ ମେଣ୍ଟ କରିଥିବା ସପା-ବିଏସ୍‌ପି କର୍ମୀମାନେ ମଧ୍ୟ ଚୌକିଦାରର ଭୂମିକାରେ ରହିଥିବା ଦେଖିବାକୁ ମିଳିଛି। ଏକାଧିକ ସ୍ଥାନରେ ସପା-ବିଏସପି କର୍ମୀମାନେ କ୍ୟାମ୍ପ କରି ୨୪ ଘଣ୍ଟିଆ ପ୍ରହାର ଦେଉଛନ୍ତି। ଏମାନେ ବାଇନା କୁଲର୍‌ର ବ୍ୟବହାର ମଧ୍ୟ କରୁଛନ୍ତି।



from Odisha Reporter http://bit.ly/2YJdmU5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages