ପ୍ରଥମଥର ଏହି ଦେଶରେ ପ୍ରସାରିତ ହେବ ବିଶ୍ୱକପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ପ୍ରଥମଥର ଏହି ଦେଶରେ ପ୍ରସାରିତ ହେବ ବିଶ୍ୱକପ୍

ଦୁବାଇ: ପୂରା ବିଶ୍ୱର ପ୍ରଶଂସକଙ୍କ ନିକଟରେ ବିଶ୍ୱକପ୍ କ୍ରିକେଟକୁ ପହଞ୍ଚାଇବା ପାଇଁ ଆଇସିସି ତା’ର ପ୍ରସାରଣ ଓ ଡିଜିଟାଲ୍ ରାଇଟ୍ ବିତରଣ କରିଛି। ଏହି ଆଧାରରେ ପ୍ରଥମଥର ପାଇଁ ଆଫଗାନିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରସାରଣ ହେବ। ଏହି ଯୋଜନା ଅନୁଯାୟୀ, ଆଇସିସି ପ୍ରଶଂସକଙ୍କ ପାଖରେ କ୍ରିକେଟକୁ ପହଞ୍ଚାଇବା ପାଇଁ ଟିଭି, ରେଡିଓ ଓ ଡିଜିଟାଲ୍ ମାଧ୍ୟମ ବ୍ୟତୀତ ଖବର, ସିନେମା, ଫ୍ୟାନ୍ ପାର୍କ ଓ ବିଭିନ୍ନ ଅନ୍ୟ ମିଡିଆ ପାର୍ଟନରର ଘୋଷଣା କରିଛି।

ଆଇସିସି ପୁରୁଷ ବିଶ୍ୱକପର ପ୍ରସାରଣ ବୈଷିକ ପ୍ରସାରଣ ଅଧିକାର ଷ୍ଟାର୍ ସ୍ପୋର୍ଟ୍ସକୁ ଦିଆଯାଇଛି। ଏହାବ୍ୟତୀତ ୨୦୦ ଦେଶରେ ପ୍ରାୟ ୨୫ଟି ଚ୍ୟାନେଲରେ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରସାରଣ କରିବା ନେଇ ଆଇସିସି ଘୋଷଣା କରିଛି। ଭାରତରେ ଏହି ଟୁର୍ଣ୍ଣାମେଣ୍ଟକୁ ୭ଟି ଆଞ୍ଚଳିକ ଭାଷାରେ ପ୍ରସାରିତ କରାଯିବ, ଯେଉଁଥି ପାଇଁ ଷ୍ଟାର୍ ସ୍ପୋର୍ଟ୍ସ ଦୁନିଆର ସର୍ବଶ୍ରେଷ୍ଠ କମେଣ୍ଟେଟର୍ ଟିମ୍ ପ୍ରସ୍ତୁତ କରିଛି। ଏଥିରେ ପ୍ରାୟ ୫୦ କମେଣ୍ଟେର୍ ସାମିଲ୍ ଅଛନ୍ତି।

ଷ୍ଟାର୍ ସ୍ପୋର୍ଟ୍ସ ଭାରତରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ବେଙ୍ଗଲୀ ଓ ମରାଠୀ ଭାଷାରେ ବିଶ୍ୱକପ୍ ପ୍ରସାରଣ କରିବ। ଏଥିରେ ୧୨ଟି ମ୍ୟାଚକୁ ଏସିଆସେଟ୍ ପ୍ଲସ୍ ମାଧ୍ୟମରେ ମାଲୟାଲମରେ ମଧ୍ୟ ପ୍ରସାରିତ କରାଯିବ।

ତେବେ ପ୍ରଥମଥର କୌଣସି ବିଶ୍ୱକପ୍ ଆଫଗାନିସ୍ତାନରେ ପ୍ରସାରିତ ହେବ। ଦେଶର ସରକାରୀ ପ୍ରଶାସକ ରେଡିଓ ଟେଲିଭିଜନ୍ ଆଫଗାନିସ୍ତାନ ଏହାର ପ୍ରସାରଣ କରିବ। ଭାରତ ଓ ଭାରତୀୟ ଉପମହାଦ୍ୱୀପରେ ପ୍ରାୟ ୩୦ କୋଟି ଦର୍ଶକ ଷ୍ଟାର୍ ସ୍ପୋର୍ଟ୍ସର ଡିଜିଟାଲ୍ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ହଟଷ୍ଟାରରେ ବିଶ୍ୱକପ୍ ମ୍ୟାଚ୍ ଦେଖିପାରିବେ।



from Odisha Reporter http://bit.ly/2McrOT0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages