ଭୟଙ୍କର ଫୋନି, ୮ରୁ ୧୦ଟା ମଧ୍ୟରେ ପୁରୀରେ କରିବ ଲ୍ୟାଣ୍ଡଫଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଭୟଙ୍କର ଫୋନି, ୮ରୁ ୧୦ଟା ମଧ୍ୟରେ ପୁରୀରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ସାମୁଦ୍ରିକ ଝଡ଼୍‌ ବାତ୍ୟା ଫୋନି ଏବେ ଧୀରେଧୀରେ ଓଡ଼ିଶାର ନିକଟତର ହେବାରେ ଲାଗିଛି। ଫୋନି ଯେତିକି ପାଖେଇ ଆସୁଛି ବର୍ଷାର ପରିମାଣ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ବର୍ତ୍ତମାନ ‘ଫୋନି’ ପୁରୀ ଠାରୁ ୨୭୫ କିମି ଦୂର ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ମୁହାଁଇଥିବା ଫୋନି ଆସନ୍ତାକାଲି ସକାଳ ୮ଟାରୁ ୧୦ ମଧ୍ୟରେ ସ୍ଥଳ ଭାଗ ଛଇଁବ। ପୁରୀ ସହରର ଏବଂ ଏହାର ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରି ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଉଛି।

ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନ୍ ଭାବେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଥିବା ଫୋନି ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ। ବେଳେବେଳେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟରକୁ ମଧ୍ୟ ଛୁଇଁପାରେ। ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ଫୋନି ପ୍ରଭାବରେ ଆଜି ଠାରୁ ହିଁ ପୁରୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଫୋନିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେହିପରି ତଳିଆ ଅଞ୍ଚଳର ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଫୋନି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରି ଓଡ଼ିଶା ମୁହାଁ ହୋଇଛି। ଏହାର ପ୍ରଭାବରେ ଭୋର ସମୟରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିଲା। ଫୋନି ଯେତିକି ପାଖେଇ ଆସିଥିଲା, ବର୍ଷାର ପରିମାଣ ମଧ୍ୟ ସେତିକ ବଢ଼ିଥିଲା। ସନ୍ଧ୍ୟା ସମୟରେ ପବନର ବେଗ ମଧ୍ୟ ବଢ଼ିବା ଆରମ୍ଭ ହୋଇଥିଲା। ଆସନ୍ତାକାଲି ଫୋନି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବାରୁ ପବନ ଓ ବର୍ଷାର ବେଗ ବୃଦ୍ଧି ପାଇବ। ଫୋନି ଗୋପାଳପୁର ଠାରୁ ଚାନ୍ଦବାଲି ମଧ୍ୟରେ ଆସନ୍ତାକାଲି ସକାଳ ୮ରୁ ୧୦ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୭୫ରୁ ୧୮୫ ରହିବ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେବେ ୩ ତାରିଖ ମଧ୍ୟରାତ୍ରରୁ ଫୋନି ପଶ୍ଚିମବଙ୍ଗରେ ପ୍ରବେଶ କରି କ୍ରମଶଃ ଦୁର୍ବଳ ହୋଇଯିବ।

୩ ଓ ୪ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ,ଅନୁଗୋଳ, ଢେଙ୍କାନାଳ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ଅନ୍ୟ ଜିଲ୍ଲାଗୁଡିକରେ ବି ବର୍ଷା ସମ୍ଭାବନା ରହିଛି। ବର୍ଷା ଓ ବାତ୍ୟା ଯୋଗୁ ଗଞ୍ଜାମ, ଗଜପତି, ରାୟଗଡ଼ା,ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ଆସନ୍ତକାଲି ଏଠାରେ ରେର୍ଡ ଆଲର୍ଟ ଜାରି କରାଯାଇଛି। ଲ୍ୟାଣ୍ଡଫଲ କରିବା କ୍ଷଣି ଫୋନି କିଛି ସମୟ ପରେ ଦୁର୍ବଳ ହୋଇଯିବ। ତେବେ ୩ ତାରିଖ ମଧ୍ୟରାତ୍ର ଯାଏ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ। ଏହାପରେ ଭୀଷଣ ବାତ୍ୟାରେ ପରିଣତ ହୋଇ ଫୋନି ୪ ତାରିଖ ସକାଳେ ପଶ୍ଚିମବଙ୍ଗରେ ପହଞ୍ଚିବ। ଏହାର ପ୍ରଭାବରେ ପଶ୍ଚିବଙ୍ଗରେ ଘଣ୍ଟାପ୍ରତି ୮୦ରୁ ୯୦ କିମି ବେଗରେ ପବନ ବୋହିବ। ବର୍ଷାର ପରିମାଣ ଅଧିକ ରହିବ। ଏହାପରେ ରବିବାର ସକାଳ ସୁଦ୍ଧା ଫୋନି ଆହୁରି ଦୁର୍ବଳ ହୋଇ ବାଂଲାଦେଶରେ ପହଞ୍ଚିବ।”

ଅନ୍ୟପକ୍ଷରେ ଫୋନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବ ବୋଲି ଜଣାପଡ଼ିଛି। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହା ବ୍ୟତୀତ ଦିନ ତମାମ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ, ଏମିତିକି ପ୍ରାୟ ୩ଶହ ମିଲମିଟର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଏସ୍‌ଆରସି ବିଷ୍ଣୁପଦ ସେଠୀ କହିଛନ୍ତି, “ ସାମୁଦ୍ରିକ ଝଡ଼୍‌ ଫୋନି ଏବେ ପୁରୀ ଠାରୁ ୨୭୫ କିମି ଦୂରରେ ରହିଛି। ଆସନ୍ତାକାଲି ସକାଳ ୮ଠାରୁ ୧୦ ମଧ୍ୟରେ ଫୋନି ପୁରୀର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍‌ର ପ୍ରକ୍ରିୟା ଦିନ ୧୨ଟା ସୁଦ୍ଧା ଶେଷ ହେବ। ଏହାପରେ ଫୋନି ଖୋର୍ଦ୍ଧା, କଟକ, ଜଗସିଂହ ପୁର, ଯାଜପୁର ଓ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବ। ଫୋନିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସମସ୍ତ ଦୋକାନ ବଜାର ଓ ଗାଡ଼ି ମଟର ଚଳାଚଳ ବନ୍ଦ ରଖିବାକୁ କୁହାଯାଇଛି।”

ଆଜି ଫୋନି ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନ ସାଙ୍ଗକୁ ରାଜଧାନୀ ଭୁବନେଶ୍ୱରରେ ଧୀରେଧୀରେ ବର୍ଷାର ପ୍ରକୋପ ବଢ଼ି ବଢ଼ି ଚାଲିଛି। ସାମୁଦ୍ରିକ ଝଡ଼ ଫୋନି ଯୋଗୁ ଓଡ଼ିଶାର ୧୭ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।



from Odisha Reporter http://bit.ly/2DJKYsK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages