ପୁଣି ଫେରିଲା ମୋଦିଙ୍କ ପ୍ରତି ଆୟରଙ୍କ ‘ନିଚ୍‌ ଆଦ୍‌ମୀ’ ମନ୍ତବ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ପୁଣି ଫେରିଲା ମୋଦିଙ୍କ ପ୍ରତି ଆୟରଙ୍କ ‘ନିଚ୍‌ ଆଦ୍‌ମୀ’ ମନ୍ତବ୍ୟ

ନୂଆଦିଲ୍ଲୀ: ସାମ୍‌ ପିଟ୍ରୋଡ଼ାଙ୍କ ପରେ ପୁଣିଥରେ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି। ଦୁଇ ବର୍ଷ ତଳେ ଆୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ନିଚ୍‌ ଆଦମୀ’ ବୋଲି କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଦଳ ତାଙ୍କୁ ନିଲମ୍ବିତ କରିଥିଲେ।

ଏବେ ଶେଷ ପର୍ଯ୍ୟାୟ ଭୋଟ ପୂର୍ବର ଶ୍ରୀ ଆୟର ପୁଣିଥରେ ନିଚ୍‌ ଆଦ୍‌ମୀ ବୟାନକୁ ଦୋହରାଇଛନ୍ତି। ଆୟର ଏକ ସ୍ତମ୍ଭ ଲେଖି ମୋଦି ସରକାରଙ୍କୁ ଏକାଧିକ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ଏଥିସହ ସେ ପୁଣିଥରେ ସମସ୍ତଙ୍କୁ ନିଚ୍ ଆଦମୀ ମନ୍ତବ୍ୟ କଥା ମନେପକାଇ ଦେଇଛନ୍ତି।

ସେ ଲେଖିଛନ୍ତି, “ଆପଣ ମାନଙ୍କ ସମସ୍ତଙ୍କର ମନେଥିବ ୨୦୧୭ ଡିସେମ୍ବର ୭ରେ ମୁଁ ମୋଦିଙ୍କୁ କ’ଣ କହିଥିଲି। କ’ଣ ଆପଣମାନେ ଏବେ ବି କହିବେ କି ମୁଁ ଭୁଲ କରିଥିଲି? ମୁଁ କ’ଣ ସେତେବେଳେ ଠିକ୍‌ କହି ନଥିଲି କି?”

୨୦୧୭ରେ ମୋଦିଙ୍କୁ ଟାର୍ଗେଟ କରି ଆୟର ନିଚ୍‌ ଆଦ୍‌ମୀ ବୟାନ ଦେଇଥିଲେ। ବିଭିନ୍ନ ମହଲରେ ଏହାକୁ ନେଇ ବିବାଦ ଉପୁଜିବାରୁ ଶେଷରେ କଂଗ୍ରେସ ଆୟରଙ୍କୁ ନିଲମ୍ବନ କରିଥିଲା। ତେବେ ଆୟର ଏବେ ପୁରୁଣା କଥା ଦୋହରାଇ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛନ୍ତି।

ଆଜିର ଏହି ମନ୍ତବ୍ୟକୁ ପୁଣିଥରେ ବିଜେପି ଗୁରୁତ୍ୱର ସହ ନେଇଛି। ବିଜେପି ମୁଖପାତ୍ର ଜିଭିଏଲ୍ ନରସିମାହା ରାଓ କହିଛନ୍ତି, ଆୟର ନିଜର ୨୦୧୭ର ବୟାନକୁ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ୨୦୧୭ରେ ଏହାକୁ ନେଇ ବିବାଦ ହେବାରୁ ଆୟର ଖରାପ ହିନ୍ଦୀର ଆଳ କରି କ୍ଷମା ମାଗିଥିଲେ। ଏବେ ସେ କେମିତି ଏହାକୁ ଠିକ୍‌ ବୋଲି କହୁଛନ୍ତି? କଂଗ୍ରେସ ତାଙ୍କୁ ନିଲମ୍ବନ କରିଥିଲା। ଏହାପରେ ପୁଣି ଏହାକୁ ପ୍ରତ୍ୟାହାର କରିନେଲେ। କଂଗ୍ରେସର ଅହଂକାର ଓ ଦୋମୁହାଁ ନୀତି ଏବେ ପଦାରେ ପଡ଼ିଛି।”

ପୂର୍ବରୁ ସାମ୍‌ ପିଟ୍ରୋଡ଼ା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ପ୍ରସଙ୍ଗରେ ମତ ଦେଇ ‘ହୁଆ ତ ହୁଆ’ ବୋଲି କହିଥିଲା। ଏହି ମନ୍ତବ୍ୟ ପରେ କଂଗ୍ରେସ ସଂପୂର୍ଣ୍ଣ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ବିବାଦ ହେବାରୁ ପିଟ୍ରୋଡ଼ା ଏଥିପାଇଁ କ୍ଷମା ମାଗିଥିଲେ।



from Odisha Reporter http://bit.ly/2Hj5PFN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages