
ବାରିପଦା(ମାଣିକଲାଲ୍ ପାଣି):ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ୱର ଜାତୀୟ ରାଜପଥର ବୈଶିଙ୍ଗା ବଜାର ନିକଟରେ ଏକ ସ୍କୁଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ଘର ବୈଶିଙ୍ଗା ଥାନା ଅନ୍ତର୍ଗତ ବାଲିଚିତର ଗାଁରେ। ମୃତକ ହେଲେ କାଳିଆ ବାସ୍କେ। ଆହତଦ୍ୱୟ ହେଲେ ତପନ ଟୁଡୁ ଓ ଲାଦର ସିଂ।
ଗତକାଲି ବିଳମ୍ୱିତ ରାତିରେ ବାଲେଶ୍ୱର ପଟୁ ତିନି ଜଣ ଯୁବକ ସ୍କୁଟିରେ ଦ୍ରୁତ ଗିତରେ ବୈଶିଙ୍ଗା ଯାଉଥିବା ପାଟ୍ରୋଲିଂ କରୁଥିବା ପୁଲିସ୍ ଦେଖିଥିଲେ।
ଆଜି ଭୋର ସେମାନେ ରାସ୍ତା ତଳେ ପଡ଼ିଥିବା ଦେଖି ପୁଲିସ୍ ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତରଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏମାନେ ସମସ୍ତେ ନୂଆ ସ୍କୁଟି ଧରି କୁଆଡ଼େ ଯାଉଥିଲେ ତାହା ଜଣାପଡ଼ି ନାହିଁ।
from Odisha Reporter http://bit.ly/2PTLXeP
No comments:
Post a Comment