ରିଲିଫ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ରିଲିଫ୍‌କୁ ନେଇ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ପହଞ୍ଚି ନଥିବାରୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ନୋଟିସ୍‌ ପଠାଇଛନ୍ତି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ‘ଫୋନି’ ପ୍ରଭାବିତଙ୍କ ପାଖରେ ଠିକ୍‌ରେ ରିଲିଫ୍ ପହଞ୍ଚୁ ନଥିବା ଏବଂ ଏଥିପାଇଁ ଲୋକମାନେ ରାସ୍ତାକୁ ଆସି ବିକ୍ଷୋଭ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ କମିଶନ ନିଜ ଆଡୁ ଏହି ନୋଟିସ ଜାରି କରିଛନ୍ତି।

ବାତ୍ୟାର ୬ ଦିନ ପରେ ବି ହଜାର ବିପନ୍ନଙ୍କ ପାଖରେ ରିଲିଫ ଖାଦ୍ୟ ଓ ପାଣି ପହଞ୍ଚୁ ନଥିବା ଲୋକେ ବିକ୍ଷୋଭ କରିଥିଲେ। ତେବେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସ୍‌ ଲାଠି ଚାର୍ଜ କରିବା ଭଳି ଘଟଣା ମଧ୍ୟ ଅଭିଯୋଗ ହୋଇଥିଲା।

ଏଭଳି ସ୍ଥିତିରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ। ବାତ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇ ଦେବା ଲାଗି ଜାତୀୟସ୍ତରର ସ୍ୱେଚ୍ଛାସେବୀ ସଂଗଠନ ଗୁଡିକର ସହାୟତା ନେଇ ରିଲିଫ କାର୍ଯ୍ୟକୁ ତ୍ୱାରାନ୍ୱିତ କରିବାକୁ ଏଥିରେ ଉଲ୍ଲେଖ ରହିଛି।



from Odisha Reporter http://bit.ly/307PISQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages