ବାତ୍ୟା ପରେ ରିଲିଫ୍ ଓ ଥଇଥାନକୁ ନେଇ ବିପନ୍ନଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ବାତ୍ୟା ପରେ ରିଲିଫ୍ ଓ ଥଇଥାନକୁ ନେଇ ବିପନ୍ନଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର/ପୁରୀ/ଜଗତସିଂହପୁର(ଓଡ଼ିଶା ରିପୋର୍ଟର):ବାତ୍ୟା ପରେ ରିଲିଫ୍ ଓ ଥଇଥାନକୁ ନେଇ ବିପନ୍ନଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।  ଫୋନି ପ୍ରଳୟର ୪୮ ଘଣ୍ଟା ପରେ ବି ବିପନ୍ନଙ୍କ ପାଖରେ ପହଞ୍ଚି ପାରିନି ପ୍ରଶାସନ। କେଉଁଠି ରିଲିଫ୍ ପହଞ୍ଚିନି ତ’ ଆଉ କେଉଁଠି ଉପୁଡ଼ି ପଡିଥିବା ଗଛ ଏର୍ଯ୍ୟନ୍ତ ସଫା କରାଯାଇ ପାରିନାହିଁ । ତେଣୁ ଜଗତସିଂହପୁର ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ସେପଟେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକର ବାତ୍ୟାର ୨ ଦିନ ପରେ ବି ସରକାରୀ ସହାୟତା ପହଞ୍ଚି ନଥିବାରୁ କ୍ଷୁବ୍ଧ ହୋଇଛନ୍ତି କ୍ଷତିଗ୍ରସ୍ତ।ପ୍ରତିବାଦରେ ବ୍ଲକ୍ ଓ ତହସିଲ୍ ଅଫିସ୍ ଘେରାଉ କରିଥିଲେ ଲୋକେ। ପୁରୀ ଜିଲ୍ଲାରେ ବି ସମାନ ଚିତ୍ର । ୪୮ ଘଣ୍ଟା ପରେ ବି ରିଲିଫ୍ ପହଞ୍ଚି ନଥିବାରୁ ଚନ୍ଦନପୁର ବାଇପାସ୍ ରାସ୍ତାରେ ଶହ ଶହ ଲୋକ କରିଛନ୍ତି ରାସ୍ତାରୋକ। ରିଲିଫ୍ ସହ କ୍ଷୟକ୍ଷତି ଆକଳନ କରି ଶୀଘ୍ର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

ମାଳତୀପାଟପୁର ନିକଟରେ ବି ରିଲିଫ୍ ଦାବିରେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେପଟେ ବ୍ରହ୍ମଗିରି ବ୍ଳକ୍ ଅଫିସ୍‌ର ବିପନ୍ନମାନେ ଗତକାଲି ରିଲିଫ୍ ସାମଗ୍ରୀ ଜୋର୍ ଜବରଦସ୍ତ ନେଇଯାଇଥିବା ସୂଚନା ମିଳିଛି।

ସେପଟେ ବାତ୍ୟା ପରର ସ୍ଥିତି ନେଇ ସମୀକ୍ଷା କରିବା ପରେ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକରେ ଅତିରିକ୍ତ ଏକ ମାସର ଭତ୍ତା ପ୍ରଦାନ ସହ ସଂପୂର୍ଣ୍ଣ ଭାବେ ଭାଙ୍ଗିଥିବା ଘର ପାଇଁ ୯୫ ହଜାର ୧ଶହ, ଆଂଶିକ ପାଇଁ ୫ହଜାର ୨ଶହ ଓ ଅତିକମ୍ କ୍ଷତିଗ୍ରସ୍ତ ହୋଇଥିବା ଘର ପାଇଁ ୩ ହଜାର ୨ଶହ ଟଙ୍କା  ସହାୟତା ମିଳିବ। ସେହିପରି ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତଙ୍କ ପାଇଁ  ୫ କିଲୋ ଲେଖାଏଁ ଚାଉଳ ଓ ୨ହଜାର ଟଙ୍କା, ଖୋର୍ଦ୍ଧା ଜିଲ୍ଲାରେ ବିପନ୍ନଙ୍କ ପାଇଁ ଏକ ମାସର ଅଧିକ ଚାଉଳ ଓ ଏକ ହଜାର ଟଙ୍କା  ଏବଂ କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ୫ଶହ ଟଙ୍କା ସହ ଅତିରିକ୍ତ ଏକ ମାସର ଚାଉଳ ପ୍ରଦାନ କରାଯିବ।

ତା’ସହ ପୁରୀ ଓ ଭୁବନେଶ୍ୱରରେ ପାନୀୟ ଜଳ ଓ ବିଦ୍ୟୁତ୍‌ ସେବା ସ୍ୱଭାବିକ୍‌ କରିବାକୁ ଉଦ୍ୟମ ହେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଭାବିତ ଅଂଚଳରେ ବିଭିନ୍ନ ଆଶ୍ରୟସ୍ଥଳରେ ଥିବା ଲୋକମାନଙ୍କୁ ୧୫ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ନୌସେନା ପକ୍ଷରୁ ପୁରୀରେ ଖାଦ୍ୟ ପ୍ୟାକେଟ୍ ଏୟାର ଡ୍ରପିଙ୍ଗ୍ ହୋଇଛି । କୋଷ୍ଟଗାର୍ଡ ପକ୍ଷରୁ ମଧ୍ୟ ପାରଦୀପ ଓ ଗୋପାଳପୁରରେ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି।



from Odisha Reporter http://bit.ly/2DKjfsb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages