କର ବା ମର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ କେକେଆର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

କର ବା ମର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ କେକେଆର୍

ମୁମ୍ବାଇ: ଚଳିତ ଆଇପିଏଲର ଅନ୍ତିମ ଲିଗ୍ ମ୍ୟାଚ୍ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥବେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ‘କର ବା ମର’ ମ୍ୟାଚରେ କୋଲକାତା ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚ୍ ଜିତିଲେ କୋଲକାତା ପ୍ଲେଅଫକୁ ଯିବ। କୋଲକାତା ମ୍ୟାଚ୍ ହାରିଲେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେଅଫରେ ସ୍ଥାନ ପକ୍କା କରିବ। ଏହି ମ୍ୟାଚରେ ମୁମ୍ବାଇ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଏଭିନ୍ ଲୁଇସ୍ ଓ ବରିନ୍ଦର ସ୍ରାନ୍ ଟିମରୁ ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ ମିଚେଲ୍ ମ୍ୟାକକ୍ଲିନାଗନ ଓ ଈଶାନ୍ କିଷନ ସାମିଲ୍ ହୋଇଛନ୍ତି। ସେହିପରି କେକେଆର ଟିମରୁ ପୀୟୂଷ ଚାୱଲା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ସୁଯୋଗ ପାଇଛନ୍ତି।

କେକେଆର୍: କ୍ରିସ୍ ଲିନ୍, ଶୁବମାନ୍ ଗିଲ୍, ରବିନ୍ ଉଥାପ୍ପା, ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ୍, ନୀତୀଶ ରାଣା, ରିଙ୍କୁ ସିଂହ, ସୁନୀଲ ନରିନ୍, ପ୍ରସିଦ୍ଧ କ୍ରିଷ୍ଣା, ହ୍ୟାରୀ ଗର୍ନି, ସନ୍ଦୀପ ୱାରିୟର୍।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ଈଶାନ୍ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ରାହୁଲ୍ ଚହର୍, ଯଶପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା, ମିଚେଲ୍ ମ୍ୟାକକ୍ଲିନାଗନ।



from Odisha Reporter http://bit.ly/2WleD2S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages