
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ୍ ଫଳାଫଳକୁଚ ନେଇ ବିଜେପି ରାଜ୍ୟ ସଭାପତି ବଷନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜର ପ୍ରତିକ୍ରିୟା ରଖିଛନ୍ତି। ଉଭୟେ ରାଜ୍ୟର ବିଜେପି ସରକାର ଗଠନ କରିବ ବୋଲି ଆକଳନ କରିଛନ୍ତି । ବସନ୍ତ ପଣ୍ଡା କହିଛନ୍ତି ଯେ, ବିଜେପି ବଢ଼ୁଛି।
ସମଗ୍ର ଦେଶରେ କଂଗ୍ରେସ ଛିଡ଼ୁଛି। ରାଜ୍ୟରେ ବିଜେଡ଼ି ମଧ୍ୟ ଛିଡୁଛି। ଦେଶ ଓ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଛି ବୋଲି ସେ କହିଛନ୍ତି। ସେହିପରି ଏକଜିଟ୍ ପୋଲର ଗଣନାକୁ ନେଇ ଜୁଏଲ ଓରାମ କହିଛନ୍ତି ଯେ, ବିଧାନସଭା ସମ୍ପର୍କରେ ଏକଜିଟ୍ ପୋଲର ଗଣନା ଭୁଲ୍ ହୋଇପାରେ। ଆମର ଲକ୍ଷ୍ୟ ୧୨୦ ଥିଲା। କିନ୍ତୁ ୭୦ରୁ ଅଧତ୍କ ଆସନ ମିଳିବ।
୭୦ରୁ ଅଧତ୍କ ଆସନ ପାଇ ଓଡ଼ିଶାରେ ସରକାର କରିବ ବିଜେପି। ଜାତୀୟସ୍ତରୀୟ ଏକଜିଟ ପୋଲ ହିସାବରେ ଓଡ଼ିଶାରେ ୧୮ ସାଂସଦ ଜିତିବେ। ସାରା ଦେଶରେ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ଜିତି ବିଜେପି ସରକାର ଗଢ଼ିବ ବୋଲି ଜୁଏଲ ଓରାମ କହିଛନ୍ତି।
from Odisha Reporter http://bit.ly/2Hs4dJK
No comments:
Post a Comment