କ’ଣ ଏହି ଏକଜିଟ୍‌ ପୋଲ୍‌, କେଉଁଠାରୁ ଏହା ଆରମ୍ଭ ହୋଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

କ’ଣ ଏହି ଏକଜିଟ୍‌ ପୋଲ୍‌, କେଉଁଠାରୁ ଏହା ଆରମ୍ଭ ହୋଇଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ମତଦାନ ଶେଷ ହେବା ସହ ଦେଶର ଏକାଧିକ ସଂସ୍ଥା ଓ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ୍‌ ପ୍ରକାଶ ପାଇଛି।

ଆପଣ ଜାଣିଛନ୍ତି କି, ଏହି ଏକଜିଟ୍‌ ପୋଲ୍‌ କ’ଣ କେବେଠାରୁ ଆଉ କିଏ ଏହାକୁ ଆରମ୍ଭ ହୋଇଥିଲା। ସେ ବିଷୟରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠିଥିବ। ଆଜି ଆପଣଙ୍କୁ ଏହି ଏକଜିଟ୍‌ ପୋଲ୍‌ ବିଷୟରେ କହିବୁ।

ଜାଣନ୍ତୁ ଏହି ଏକଜିଟ୍‌ ପୋଲ୍‌ର ସମ୍ପୂର୍ଣ୍ଣ ତଥ୍ୟ।

ଏକଜିଟ୍‌ ପୋଲ୍‌ କରିବା ପୂର୍ବରୁ ମତଦାତାଙ୍କ ସହ କଥାବାର୍ତ୍ତା, ପୁରୁଣା ମୁଦ୍ଦାକୁ ନେଇ ଆଲୋଚନା କରାଯାଇଥାଏ। ଏହା ପରେ ସବୁ ତଥ୍ୟ ଗୁଡ଼ିକୁ ଏକାଠି କରି ସମ୍ପୂର୍ଣ୍ଣ ତଥ୍ୟ ଉପରେ ଏକ ଅନୁମାନ କରାଯାଏ। ଏଥିରୁ କେଉଁ ସରକାର ଆସିବ ତାହା ଅନୁମାନ ଲଗାଯାଇପାରେ। ସବୁବେଳେ ଏକଜିଟ୍‌ ପୋଲ୍‌ ସଠିକ୍‌ ଅନୁମାନ କରିବ ତାହା ଜରୁରୀ ନୁହେଁ। ଏହା କେବଳ ଆଗାମୀ ସରକାର ବିଷୟରେ ଏକ ଅନୁମାନିକ ତଥ୍ୟ।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଆଗରୁ ଆନୁମାନିକ ତଥ୍ୟ ବା ଏକଜିଟ୍‌ ପୋଲ୍‌ର ଜନକ ହେଉଛନ୍ତି, ଜର୍ଜ ଗେଲପ୍‌ ଆଉ କ୍ଲାଣ୍ଟ ରବିନ୍‌ସନ। ଏହି ଏକଜିଟ୍‌ ପୋଲ୍‌ ପ୍ରଥମେ ଆମେରିକାରେ କରାଯାଇଥିଲା।

ଏହା ପରେ ଆମେରିକାରୁ ପ୍ରଭାବିତ ହୋଇ ଇଂଲଣ୍ଡ, ଫ୍ରାନ୍ସ ଭଳି ଦେଶ ମଧ୍ୟ ଏକଜିଟ୍‌ ପୋଲ୍‌ କଲେ। ୧୯୩୭ ମସିହାରେ ପ୍ରଥମେ ଇଂଲଣ୍ଡରେ ଏବଂ ୧୯୩୮ ମସିହାରେ ଫ୍ରାନ୍ସରେ ଏକଜିଟ୍‌ ପୋଲ୍‌ କରାଯାଇଥିଲା।

ଭାରତରେ ପ୍ରଥମ ଏକଜିଟ୍‌ ପୋଲ୍‌ କଥା ଯଦି କୁହାଯାଏ ତାହାଲେ, ଏହାର ପୁରା ଶ୍ରେୟ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଓପିନିଅନ୍‌ର ପ୍ରମୁଖ ଏରିକ୍‌. ଡି କୋଷ୍ଟାଙ୍କୁ ଯାଇଥାଏ।



from Odisha Reporter http://bit.ly/2YIFYNn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages