ଠିକ୍‌ ଲିପ୍‌ କଲର ଚୟନ କରି ନିଜକୁ ଦିଅନ୍ତୁ ଗ୍ଲାମରସ୍‌ ଲୁକ୍‌ … - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଠିକ୍‌ ଲିପ୍‌ କଲର ଚୟନ କରି ନିଜକୁ ଦିଅନ୍ତୁ ଗ୍ଲାମରସ୍‌ ଲୁକ୍‌ …

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆକର୍ଷଣୀୟ ଦେଖାଯିବାକୁ ଯୁବତୀମାନେ ମେକଅପ୍‌ ଉପରେ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଲିପଷ୍ଟିକ ବିନା ଯେତେ ମେକଅପ୍‌ ନେଲେ ମଧ୍ୟ ଲୁକ୍‌ ଅଧୁରା ଲାଗେ।  ଠିକ୍‌ ଲିପ୍‌ କଲର ଆପଣଙ୍କ ପର୍ସନାଲଟିକୁ ମ୍ୟାଚ କରିଥାଏ। ବହୁତ ଯୁବତୀ ନିଜ ଡ୍ରେସଅପ୍‌ ହିସାବରେ ଲିପଷ୍ଟିକ ଲଗାଇବାକୁ ପସନ୍ଦ କରିଥାନ୍ତି ତ ଆଉ କିଏ ନିଜ ସ୍କିନ ଟୋନ ହିସାବରେ। ବେଳେବେଳେ ଲିପ୍‌ କଲର ଚୟନ ବେଳେ ଆମ ଚେହେରାକୁ କିପରି କଲର ଶୁଟ୍‌ କରିବା ତାକୁ ନେଇ ଦୋଛକିରେ ପଡିଯାଉ। କିନ୍ତୁ ଭୁଲ କଲର ଚୟନ କଲେ ତାହା ଆପଣଙ୍କ ଲୁକ୍‌କୁ ପୁରାପୁରି ବିଗାଡି ଦେବ। ଆସନ୍ତୁ ଜାଣିବା ଆପଣଙ୍କ ସ୍କିନ ଟୋନ ହିସାବରେ କେଉଁ ପ୍ରକାର ଟ୍ରେଣ୍ଡି ଲିପ୍‌ କଲର ଆପଣଙ୍କୁ ମାନିବ। ଯେଉଁଥିରେ ଆପଣ ସୁନ୍ଦର ଦେଖାଯିବା ସହ କ୍ଲାସି ଲୁକ୍‌ ପାଇପାରିବେ।

ରଙ୍ଗ ଥିଲେ ଗୋରା, କିପରି ଲାଗିବେ କ୍ଲାସି

ଆପଣଙ୍କ ରଙ୍ଗ ଗୋରା ଥିଲେ ଆପଣ ଲାଇଟ୍‌ ପିଙ୍କ, ପିଚ୍‌ କିମ୍ୱା ରେଡ କଲରର ଲିପ୍‌ କଲର ଲଗାଇ ପାରିବେ। ଏହି କଲରର ଲିପଷ୍ଟିକ୍‌ ଆପଣଙ୍କୁ ଖୁବ ମ୍ୟାଚ କରିବ। ଗ୍ଲାମରସ୍‌ ଲୁକ୍‌ ପାଇବାକୁ ଆଇ ମେକଅପ୍‌ ତଥା ଆଇସ୍ୟାଡୋ କଲର ସହ ମ୍ୟାଚ କରିବା ପରି ଲିପ୍‌ କଲର ଚୟନ କରନ୍ତୁ। ଏଥିରେ ଆପଣଙ୍କ ମେକଅପ୍‌ କ୍ଲାସି ଲାଗିବ।

 

ଗହମ ରଙ୍ଗର ଯୁବତୀ କିପରି ଲାଗିବେ ଗର୍ଜିଅସ୍‌

ଗହମ ରଙ୍ଗ ଅଥବା ସାଧାରଣ ସ୍କିନ୍‌ ଟୋନ ଯୁବତୀଙ୍କୁ ଲାଇଟ୍‌ ପିଙ୍କ, ପିଙ୍କ, ବେରି ପିଙ୍କ,  ଅରେଞ୍ଜ କିମ୍ୱା ରେଡ କଲରର ଲିପଷ୍ଟିକ୍‌ ଶେଡସ୍‌ ଲଗାଇବା ଉଚିତ। ଆପଣଙ୍କୁ ଏହା ପସନ୍ଦ ନ ଆସିଲେ ଲାଇଟ ପିଙ୍କ କଲରର ଶେଡସ୍‌ ବି ଲଗାଇ ପାରିବେ। ଲାଇଟ୍‌ କଲର ଲିପ୍‌ କଲରକୁ ଆପଣ ଯେକୌଣସି ଆଉଟଫିଟ୍‌ ସହ ମ୍ୟାଚ୍‌ କରି ପାରିବେ।

ଗାଢା ରଙ୍ଗର ଲିପ ଶେଡସ୍‌

ଯଦି ଆପଣଙ୍କର ଡିପ୍‌ ରଙ୍ଗ, ତାହେଲେ ଆପଣଙ୍କୁ ଲାଇଟ୍‌ କଲର ଲିପ୍‌ କଲର ଅଧିକ ଭଲ ଲାଗିବ । ଆପଣ ଚାହିଁଲେ ବ୍ରାଉନ, ରେଡ ଶେଡ ବି ଟ୍ରାଏ କରି ପାରିବେ। ଆପଣଙ୍କ ଆଇ ମେକଅପ୍‌ ଡାର୍କ ହେଲେ ଆପଣ ଲାଇଟ୍‌ ପିଙ୍କ ବା  ୱାଟର ମେଲନ ପିଙ୍କ ଲିପ୍‌ ଶେଡସ୍‌ ଲଗାଇ ପାରିବେ।

ଡସ୍କି ସ୍କିନ ଟୋନ 

ଏହି ରଙ୍ଗର ଯୁବତୀଙ୍କୁ ରେଡ, ଚକଲେଟ ବ୍ରାଉନ, ବେରି ପିଙ୍କ ଭଳି ଲିପ୍‌ ଶେଡସ୍‌ ଲଗାଇବା ଆପଶ୍ୟକ। ଏପରି ଶେଡସ୍‌ ଆପଣଙ୍କୁ ଖୁବ୍‌ ମାନିବ । କିନ୍ତୁ ଯଦି ଆପଣ ଡିପ୍‌ ପରିବର୍ତ୍ତେ ଲାଇଟ୍‌ କଲରର ଲିପ୍‌ ଶେଡସ୍‌ ଲଗାଇବାକୁ  ଚାହୁଁଛନ୍ତି, ତାହେଲେ ଆପଣ ଲାଇଟ୍‌ ବ୍ରାଉନ୍‌, ଲାଇଟ୍‌ ପିଙ୍କ ବି ଟ୍ରାଏ କରି ପାରନ୍ତି। ଏଥିରେ ଆପଣଙ୍କୁ ଟ୍ରେଣ୍ଡି ସହ ହଟ୍‌ ଓ ଗ୍ଲାମରସ୍‌ ଲୁକ୍‌ ବି ମିଳିବ।



from Odisha Reporter http://bit.ly/2WU4tGO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages