
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗା ଥାନା ଅନ୍ତର୍ଗତ ଗୁଣଦେଇ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଙ୍ଗରାଜ ପାତ୍ର (୬୫)।
ସେ ଆଜି ସକାଳେ ଆମ୍ୱ ଗୋଟାଇବାକୁ ଗାଁ ନିକଟ ଆମ୍ୱ ତୋଟାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗାଁ ଲୋକେ ୫୫ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
from Odisha Reporter http://bit.ly/2LSq2Xa
No comments:
Post a Comment