
ନୂଆଦିଲ୍ଲୀ: ସୀମିତ ଓଭରରେ ଭାରତର ଅନ୍ୟତମ ସଫଳ କ୍ରିକେଟର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ବିଚାର କରୁଛନ୍ତି ଏବଂ ଆଇସିସି ସ୍ୱୀକୃତିପ୍ରାପ୍ତ ବିଦେଶୀ ଟି-୨୦ ଲିଗରେ ଫ୍ରିଲାନ୍ସ କ୍ରିକେଟର୍ ଭାବେ ଖେଳିବା ନେଇ ଯୋଜନା କରୁଛନ୍ତି।
ପଞ୍ଜାବର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ବିସିସିଆଇଠାରୁ ସ୍ୱୀକୃତି ମିଳିବା ପରେ ହିଁ ଅନ୍ତିମ ନିଷ୍ପତ୍ତି ନେବେ। ଯୁବରାଜଙ୍କ ପକ୍ଷେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପ୍ରାୟତଃ ଅସମ୍ଭବ ଏବଂ ସେ ନିଜେ ମଧ୍ୟ ଏହା ଅନୁଭୂତ କରିସାରିଲେଣି।
ଏହି ମାମଲାରେ ବିସିସିଆଇ ସୂତ୍ରରୁ ଖବର ମିଳିଛି ଯେ, ଯୁବରାଜ ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ସନ୍ନ୍ୟାସ ନେବାକୁ ବିଚାର କରୁଛନ୍ତି। ଅବସର ପରେ ସେ ଜିଟି-୨୦ (କ୍ୟାନାଡା), ଆୟର୍ଲ୍ୟାଣ୍ଡରେ ୟୁରୋ ଟି-୨୦ ସ୍ଲାମ୍ ଏବଂ ହଲାଣ୍ଡରେ ଖେଳିବା ପାଇଁ ବିସିସିଆଇଠାରୁ ଅନୁମତି ଚାହାନ୍ତି, କାରଣ ଏହିସବୁ ଲିଗରେ ଖେଳିବା ପାଇଁ ତାଙ୍କ ପାଖରେ ଅଫର୍ ଅଛି।
ନିକଟରେ ଇରଫାନ୍ ପଠାନ୍ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ) ପାଇଁ ଡ୍ରାଫ୍ଟରେ ନିଜ ନାମ ଦେଇଥିଲେ, କିନ୍ତୁ ସେ ଏବେବି ପ୍ରଥମଶ୍ରେଣୀ କ୍ରିକେଟରେ ସକ୍ରିୟ ଅଛନ୍ତି। ତେଣୁ ବିସିସିଆଇଠାରୁ ଏପର୍ଯ୍ୟନ୍ତ ତାଙ୍କୁ ସ୍ୱୀକୃତି ମିଳିନାହିଁ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, ଇରଫାନଙ୍କ ଡ୍ରାଫରୁ ନାମ ଫେରାଇ ଆଣିବାକୁ କୁହାଯାଇଛି। ଯୁବରାଜଙ୍କ କ୍ଷେତ୍ରରେ ଆମକୁ ନିୟମ ପାଳନ କରିବାକୁ ପଡ଼ିବ। ଯଦି ସେ ପ୍ରଥମଶ୍ରେଣୀ କ୍ରିକେଟରୁ ସନ୍ନ୍ୟାସ ନିଅନ୍ତି, ତାହେଲେ ବିସିସିଆଇ ପଞ୍ଜୀକୃତ ଟି-୨୦ ଲିଗ୍ ଖେଳିପାରିବେ।
ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ଯୁବରାଜଙ୍କୁ ବେଶୀ ସୁଯୋଗ ମିଳିନଥିଲା। ଏହି କାରଣରୁ ସେ ନିଜର ଭବିଷ୍ୟତ ଉପରେ ଗୁରୁତର ସହ ବିଚାର କରୁଛନ୍ତି। କିଛି ଲୋକଙ୍କ କହିବା ଅନୁଯାୟୀ, ଯଦି ଜାହିର୍ ଖାନ୍ ଓ ବୀରେନ୍ଦ୍ର ସେହ୍ୱାଗ ଦୁବାଇ ଟି-୧୦ ଲିଗର ଭାଗୀଦାରୀ ହୋଇପାରନ୍ତି, ତାହେଲେ ଯୁବିଙ୍କୁ ସ୍ୱୀକୃତି କାହିଁକି ମିଳିପାରିବ ନାହିଁ। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ହୁଏତ ଟି-୨୦କୁ ଆଇସିସିଠାରୁ ସ୍ୱୀକୃତି ମିଳିଛି, କିନ୍ତୁ ଏବେବି ଏହା ସ୍ୱୀକୃତିପ୍ରାପ୍ତ ନୁହେଁ।
from Odisha Reporter http://bit.ly/2WUHCei
No comments:
Post a Comment