ନଟ୍ଟିଂହାମ୍ପଶାୟର ପକ୍ଷରୁ ୬ ମ୍ୟାଚ୍ ଖେଳିବେ ଅଶ୍ୱିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ନଟ୍ଟିଂହାମ୍ପଶାୟର ପକ୍ଷରୁ ୬ ମ୍ୟାଚ୍ ଖେଳିବେ ଅଶ୍ୱିନ୍

ନୂଆଦିଲ୍ଲୀ: ଭାରତର ସିନିୟର୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଇଂଲିଶ କାଉଣ୍ଟି କ୍ଲବ୍ ନଟ୍ଟିଂହାମ୍ପଶାୟର ପକ୍ଷରୁ ୬ ମ୍ୟାଚ୍ ଖେଳି ୱେଷ୍ଟଇଣ୍ଡିଜ୍ ବିପକ୍ଷ ହେବାକୁଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପର ପ୍ରଥମ ଟେଷ୍ଟ ସିରିଜର ପ୍ରସ୍ତୁତି କରିବେ।

ଏ ନେଇ ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, “କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ କ୍ରିକେଟର୍‌ଙ୍କୁ ଯଦି ଅଫର୍ ମିଳେ, ତାହେଲେ ସେମାନଙ୍କ ପାଖରେ କାଉଣ୍ଟି କ୍ରିକେଟ୍ ଖେଳିବାର ସ୍ୱତନ୍ତ୍ର ଅଧିକାର ରହିବ। ଅଶ୍ୱିନଙ୍କ ଚୁକ୍ତି ପ୍ରାୟତଃ ନିଶ୍ଚିତ ହୋଇସାରିଛି। ଏବେ କେବଳ ତାଙ୍କ ଏନଓସିରେ ସିଇଓଙ୍କ ହସ୍ତାକ୍ଷର କରିବା ବାକି ରହିଲା।”

ଅଶ୍ୱିନଙ୍କ ନଟ୍ଟିଂହାମ୍ପଶାୟର ଟିମ୍‌ରେ ଇଂଲଣ୍ଡ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ମଧ୍ୟ ଅଛନ୍ତି। ଅଶ୍ୱିନ୍ ଦ୍ୱିତୀୟଥର ଇଂଲିଶ କାଉଣ୍ଟି ଖେଳିବେ। ଏହା ପୂର୍ବରୁ ସେ ୨୦୧୭ରେ ୱର୍ସେଷ୍ଟରଶାୟର ପକ୍ଷରୁ ୪ଟି ମ୍ୟାଚ୍ ଖେଳିଥିଲେ। ଏହା ପୂର୍ବରୁ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଆଜିଙ୍କ ରାହାଣେ ହାମ୍ପଶାୟର ସହ ଚୁକ୍ତି କରିଥିଲେ।

ଏବେ ରାହାଣେ, ଅଶ୍ୱିନ୍ ଓ ଚେତେଶ୍ୱର ପୂଜାରା (ୟର୍କଶାୟର ସହ ତିନିବର୍ଷର ଚୁକି) କାଉଣ୍ଟି ଖେଳିବା ନିଶ୍ଚିତ ହୋଇଚି। ଯଦି ସବୁକିଛି ଅନୁକୂଳ ରହେ, ତାହେଲେ ଉମେଶ ଯାଦବ ଓ ଈଶାନ୍ତ ଶର୍ମା ମଧ୍ୟ କିଛି ମ୍ୟାଚ୍ ଖେଳିପାରନ୍ତି।



from Odisha Reporter http://bit.ly/2W5nAAH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages