ମହିଳା ଟି-୨୦ ଚ୍ୟାଲେଞ୍ଜ: ନାଟକୀୟ ଢଙ୍ଗରେ ଜିତିଲା ମିତାଲିଙ୍କ ଭେଲୋସିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ମହିଳା ଟି-୨୦ ଚ୍ୟାଲେଞ୍ଜ: ନାଟକୀୟ ଢଙ୍ଗରେ ଜିତିଲା ମିତାଲିଙ୍କ ଭେଲୋସିଟି

ଜୟପୁର: ରାଜସ୍ଥାନର ସୱାଇ ମାନସିଂହ ଷ୍ଟାଡିମୟରେ ଖେଳାଯାଉଥିବା ମହିଳା ଆଇପିଏଲ୍‌ ବା ମହିଳା ଟି-୨୦ ଚ୍ୟାଲେଞ୍ଜର ଦ୍ୱିତୀୟ ମ୍ୟାଚ୍‌ଟି ବେଶ ନାଟକୀୟ ଢଙ୍ଗରେ ଶେଷ ହୋଇଛି। ମିତାଲି ରାଜଙ୍କ ଭେଲୋସିଟି ଟିମ୍‌ ୩ ୱିକେଟ୍‌ରେ ପ୍ରତିପକ୍ଷ ଟ୍ରେଲବ୍ଲେଜର୍ସକୁ ପରାସ୍ତ କରିଥିଲେ ହେଁ ମ୍ୟାଚ୍‌ର ଶେଷ ଭାଗରେ ଅସଲି ଡ୍ରାମା ଦେଖିବାକୁ ମିଳିଥିଲା।

ଭେଲୋସିଟି ଟିମ୍‌ ଏକଦା ୩ ୱିକେଟ୍‌ ହରାଇ ୧୧୧ ରନ୍‌ କରିଥିବା ବେଳେ ଜିତିବା ପାଇଁ ୨ ରନ୍‌ ବାକିଥିଲା। କିନ୍ତୁ ଏହି ୨ ରନ୍‌ ପାଇଁ ଦଳ ଆଉ ୪ ଜଣ ବ୍ୟାଟସ୍‌ମ୍ୟାନ୍‌ଙ୍କୁ ହରାଇଥିଲା। ପ୍ରଥମେ ଡାନିଏଲ୍‌ ୱେଟ୍‌ ୪୬, ଏହାପରେ ଭେଦା କ୍ରିଷ୍ଣାମୂର୍ତ୍ତି(୦) ରନ୍‌ ଆଉଟ୍‌ ହୋଇଥିବା ବେଳେ ଦୀପ୍ତି ଶର୍ମା ଗୋଟିଏ ଓଭରରେ ଭେଲୋସିଟିର ଅଧିନାୟକ ମିତାଲି ରାଜ(୧୭), ଶିକ୍ଷା ପାଣ୍ଡେ(୦) ଓ ଆମେଲୀ କେର(୦)ଙ୍କୁ ଆଉଟ୍‌ କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ।

କିନ୍ତୁ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଗୋଟିଏ ବଲ୍‌ରେ ୨ ରନ୍‌ କରି ଭେଲୋସିଟିକୁ ବିଜୟୀ କରାଇଥିଲେ।

ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍‌ ହରାଇ ମାତ୍ର ୧୧୨ ରନ୍‌ କରିଥିଲା। ଏହାର ଜବାବରେ ଭେଲୋସିଟି ଟିମ୍‌ ୨ ଓଭର୍‌ ପୂର୍ବରୁ ୭ଟି ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି। ଭେଲୋସିଟି ପକ୍ଷରୁ ଆଜି ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଖେଳୁଥିଲେ। ସେ ୩ ଓଭର୍‌ ବୋଲିଂ କରି ୧୪ ରନ୍‌ ବ୍ୟୟ କରି ଗୋଟିଏ ୱିକେଟ୍‌ ପାଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲବ୍ଲେଜର୍ସର ଅଧିନାୟକ ସ୍ମୃତି ମନ୍ଧାନା ମାତ୍ର ୧୦ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ୱିକେଟ୍‌ ପାଇଁ ହାରଲୀନ୍‌ ଦେଓଲ ଏବଂ ସୁଜ୍‌ ବେଟସ୍‌ ଦଳୀୟ ସ୍କୋରକୁ ୫୦ରେ ପହଞ୍ଚାଇଥିଲେ। ଏହି ସମୟରେ ୨୬ ରନ୍‌ କରିଥିବା ବେଟ୍‌ସଙ୍କୁ ଏକତା ବିଷ୍ଟ ଆଉଟ୍‌ କରି ଭେଲୋସିଟିକୁ ବଡ଼ ସଫଳତା ଦେଇଥିଲେ। ବିସ୍ଫୋରକ ଷ୍ଟେଫାନି ଟେଲରଙ୍କୁ ଓଡ଼ିଆ ଝିଅ ସୁଶ୍ରୀ ଆଉଟ୍‌ କରି ଟ୍ରେଲ ବ୍ଲେଜର୍ସର ରନ୍‌ ହାର୍‌ରେ ବ୍ରେକ୍‌ ଲଗାଇ ଦେଇଥିଲେ। ଦୀପ୍ତି ଶର୍ମା ୧୬, ଭାରତୀ ଫୁଲମାଲି ୨ ଓ ଶେଷରେ ହାରଲୀନ୍‌ ୪୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଡି ହେମଲଥା ୧ ଓ ଶକିରା ସେଲମାନ ୮ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୧୨ରେ ପହଞ୍ଚାଇଥିଲେ।

୧୧୩ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଟ୍ରେଲବ୍ଲେଜର୍ସ ଆରମ୍ଭରୁ ୫ ରନ୍‌ କରିଥିବା ଏଚ୍‌ ମାଥ୍ୟୁଏଙ୍କୁ ହରାଇଥିଲା। ତେବେ ଶେଫାଲି ବର୍ମା ଓ ଡାନିଏଲ ୱେଟ୍‌ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ଦଳକୁ ବିଜୟ ଆଡ଼କୁ ନେଇଥିଲେ। ଏହି ସମୟରେ ୩୪ ରନ୍‌ କରିଥିବା  ଶେଫାଲିଙ୍କୁ ହାରଲୀନ୍‌ ଆଉଟ୍‌ କରି ଭେଲୋସିଟିକୁ ବ୍ୟାକ୍‌ଫୁଟ୍‌କୁ ଠେଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡାନିଏଲ୍‌ ଏହା କରାଇ ଦେଇ ନଥିଲେ।

ଭେଲୋସିଟି ଟିମ୍‌କୁ ଜିତିବା ପାଇଁ ୨ ରନ୍‌ ଦରକାର ଥିବା ବେଳେ ରାଜେଶ୍ୱରୀ ଗାଏକ୍ୱାଡ୍‌ ପ୍ରଥମେ ୪୬ ରନ୍‌ କରିଥିବା ଡାନିଏଲ୍‌ଙ୍କୁ ଆଉଟ୍‌ କରିଦେଇଥିଲେ। ସେହିପରି ଭେଦା କ୍ରିଷ୍ଣମୂର୍ତ୍ତି ପ୍ରଥମ ବଲ୍‌ରେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଦୀପ୍ତି ଶର୍ମା ଗୋଟିଏ ଓଭର୍‌ରେ ୩ଟି ୱିକେଟ୍‌ ନେଇ ଟ୍ରେଲବ୍ଲେଜର୍ସ ପାଇଁ କିଛିଟା ଆଶା ସୃଷ୍ଟି କରିଥିଲେ ହେଁ ତାଙ୍କ ଓଭର୍‌ର ଶେଷ ବଲ୍‌ରେ ସୁଶ୍ରୀ ୨ ରନ୍‌ ନେଇ ଭେଲୋସିଟିକୁ ବିଜୟୀ କରାଇଥିଲେ।



from Odisha Reporter http://bit.ly/2H5ThBk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages