
ଭୁବନେଶ୍ୱର (ଓଡ଼ିଶାରିପୋର୍ଟର): ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଅର୍ଥରାଶି ଦାନ କରିଛନ୍ତି। ବାତ୍ୟା ଫୋନି ପାଇଁ ସେ ନିଜର ସହାନୁଭୂତି ଦେଖାଇ ଏହି ଆର୍ଥିକ ସାହାଯ୍ୟ କରିଛନ୍ତି। ତାଙ୍କ ସମେତ ବହୁ କମ୍ପାନୀ, ଦାତବ୍ୟ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମଧ୍ୟ ନିଜ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି।
ହେଲେ ଏବେ ସାମାଜିକ ଗଣାଧ୍ୟମରେ ଏକ ସମାଲୋଚନା ଶୁଣାଯାଉଛି ଯେ, କିଛି ଦିନ ପୂର୍ବରୁ ଓଡ଼ିଶା ଆସି ଯଥେଷ୍ଟ ପ୍ରଶଂସା ସାଉଣ୍ଟିଥିବା ବଲିଉଡ଼ ଜଗତର ଦୁଇ ନାମିଦାମି ଅଭିନେତା ଏବେ ଗଲେ କୁଆଡ଼େ ? ନିକଟରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପ୍ ହକିରେ ଯୋଗ ଦେଇଥିବା କିଙ୍ଗ୍ ଖାନ୍ ଶାହରୁଖ୍ ଓ ଭାଇଜାନ୍ ବୋଲାଉଥିବା ସଲମାନ୍ ଖାନ୍ ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେଉଁଠି ଅଛନ୍ତି?

ଯେତେବେଳେ ସଲମାନ୍ ଖାନ୍ ଲକ୍ଷ ଲକ୍ଷ ଦର୍ଶକଙ୍କ ମଧ୍ୟରେ ପ୍ରଶଂସା ସାଉଁଟୁଥିଲେ ସେତେବେଳେ ସେ ଓଡ଼ିଆରେ କହୁଥିଲେ, ‘ମୁଁ ତୁମକୁ ଭଲପାଏ’। ଓଡ଼ିଶାବାସୀ ଅତି ଆପଣାର। ଏଠିକା ମୁଖ୍ୟମନ୍ତ୍ରୀ ଭାରି ଅମାୟିକ ବ୍ୟକ୍ତି। ଏଠାରେ ମତେ ବିଶ୍ୱକପ୍ ହକି ପାଇଁ ଡାକିଥିବାରୁ ମୁଁ ଅତ୍ୟନ୍ତ ଖୁସି।
ଯେଉଁ ଓଡ଼ିଶା ତାଙ୍କୁ ପ୍ରଚୁର ପ୍ରଶଂସା ଦେଲା, ନିଜକୁ ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ପ୍ରକାଶ କରିବା ପାଇଁ ସୁଯୋଗ ଦେଲା, ରହିବା, ଖାଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆତିଥ୍ୟ ଯୋଗାଇଲା ଏଭଳିକି କୋଟି କୋଟି ଟଙ୍କାର ଚେକ୍ ଦେଲା ସେହି ଓଡ଼ିଶାର ଦୁର୍ଦ୍ଦିନରେ ତାଙ୍କ ସହାନୁଭୂତି ଟିକକ ସେ କେଉଁଠି ଛାଡ଼ି ଦେଇଛନ୍ତି ? ସମାନ ଢଙ୍ଗରେ କିଙ୍ଗ୍ ଖାନଙ୍କୁ ମଧ୍ୟ ଆତିଥ୍ୟ ପ୍ରଦାନ କରାଯାଇଛି।

କଥାଟି ହେଉଛି ସ୍ୱାଭିମାନୀ ଓଡ଼ିଆବାସୀ କାହା ପାଖରେ ସାହାଯ୍ୟ ଭିକ୍ଷା କରୁ ନାହାନ୍ତି। ପୂର୍ବରୁ ଏଭଳି ଏକାଧିକବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ଏବଂ ପୁଣି ମଧ୍ୟ ନିଜ ସିଙ୍ଗରେ ମାଟି ତାଡ଼ିଛନ୍ତି। କିନ୍ତୁ କିଛି ଦିନ ପୂର୍ବରୁ ଯେଉଁ ଓଡ଼ିଶା ସେମାନଙ୍କୁ କୋଟି କୋଟି ଟଙ୍କା ଦେଇ ଅତିଥି ଭାବେ ବୋଲାଇଥିଲା ସେମାନେ ସାମାନ୍ୟତମ ସୌଜନ୍ୟ ଭୁଲିଗଲେ କେମିତି?
from Odisha Reporter http://bit.ly/2YcR6BJ
No comments:
Post a Comment