କ୍ୟାନସର୍ ଲଢ଼େଇରେ ହାରିଗଲେ ଏହି ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ୨ବର୍ଷର ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

କ୍ୟାନସର୍ ଲଢ଼େଇରେ ହାରିଗଲେ ଏହି ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ୨ବର୍ଷର ଝିଅ

ଲଣ୍ଡନ: କ୍ରିକେଟ୍ ୱାର୍ଲ୍ଡ କପରେ ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ପ୍ରତି ଖେଳାଳିଙ୍କ ସ୍ୱପ୍ନ। ଏଭଳି ସ୍ଥିତିରେ ଯଦି ଖେଳାଳି ଜଣକ ଟିମରେ ସ୍ଥାନ ପାଆନ୍ତି, ତାହେଲେ ତାଙ୍କର ଖୁସିର ସୀମା ରହିନଥାଏ। କିନ୍ତୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ଆସିଫ୍ ଅଲୀଙ୍କ ସହ ଏଭଳି ହୋଇନାହିଁ। ସୋମବାର ପାକିସ୍ତାନ ବିଶ୍ୱକପ୍ ପାଇଁ ଫାଇନାଲ୍ ଟିମ୍ ଘୋଷଣା କରିଛି, ଯେଉଁଥିରେ ଆସିଫ୍ ସ୍ଥାନ ପାଇଛନ୍ତି।

ଗୋଟିଏ ପଟେ ବିଶ୍ୱକପରେ ସ୍ଥାନ ପାଇବାର ଖୁସି, ଅନ୍ୟପଟେ ପରିବାରରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି, ଯାହା ଆସିଫଙ୍କ ସବୁ ଖୁସିକୁ ଛାରଖାର୍ କରିଦେଇଛି। ଆସିଫଙ୍କ ୨ ବର୍ଷର ଝିଅ ନୁର୍ ଫାତିମା କ୍ୟାନସର ଯୁଦ୍ଧରେ ହାରିଯାଇଛନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଛି। ଆସିଫଙ୍କ ଝିଅର ଚିକିତ୍ସା ଆମେରିକାରେ ଚାଲିଥିଲା।

ଝିଅର ମୃତ୍ୟୁ ଖବର ପାଇବା ପରେ ଆସିଫ୍ ଇଂଲଣ୍ଡରୁ ପାକିସ୍ତାନ ଅଭିମୁଖେ ଫେରିଯାଇଛନ୍ତି। ଝିଅର ମୃତ୍ୟୁ ସତ୍ତ୍ୱେ ଆସିଫ୍ ବିଶ୍ୱକପ୍ ଖେଳିବେ। ତେବେ ପାକିସ୍ତାନ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ୍-ହକ୍ କହିଛନ୍ତି, ଆସିଫ୍ ୱାର୍ମ ଅପ୍ ମ୍ୟାଚରେ ଖେଳିବେ କି ନାହିଁ, ତାହା ଉପରେ ଶୀଘ୍ର ନିଷ୍ପତ୍ତି ନିଆଯିବ।

ଇଂଲଣ୍ଡ ଗସ୍ତ ଯିବା ପୂର୍ବରୁ ୨୭ ବର୍ଷୀୟ ଆସିଫ୍ ନିଜ ଝିଅର କ୍ୟାନସର୍ ଚିକିତ୍ସା ନେଇ ଏକ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, “ମୋ ଝିଅ କ୍ୟାନସରର ଚତୁର୍ଥ ଷ୍ଟେଜ୍ ଅଛି। ବର୍ତ୍ତମାନ ଆମେରିକାରେ ତା’ର ଚିକିତ୍ସା ଚାଲିଛି। ମୋ ଝିଅ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ।”



from Odisha Reporter http://bit.ly/2Hqxm81

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages