
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିଜ ସମଲିଙ୍ଗୀ ସଂପର୍କକୁ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ୱୀକାର କରିବା ପ୍ରସଙ୍ଗରେ ଦୂତିଙ୍କୁ ଅନ୍ତର୍ଜାତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା ସମର୍ଥନ ଜଣାଇଛନ୍ତି। ଭାଲିନା ଭାଲେଣ୍ଟିନା କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକୃତୀ ଦେଇଛନ୍ତି। ଏହା ଦୂତିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ତାଙ୍କ ଜୀବନ ନିଜ ପସନ୍ଦରେ ବଞ୍ଚିବେ। ଏଥିରେ କେହି ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି ଭାଲିନା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଏହା ତାଙ୍କ ଖେଳ କ୍ୟାରିଅର ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଦୂତିଙ୍କ ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିବା ଉଚିତ ବୋଲି ଭାଲିନା କହିଛନ୍ତି। ଦୂତିଙ୍କ ପ୍ରସଙ୍ଗରେ ଅନ୍ତର୍ଜାତୀୟ ଆଥଲେଟ୍ ପାର୍ବତୀ ସେଠୀ ନିଜର ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି ଯେ, ଯଦିଓ ଏହା ଭଲ ନୁହେଁ ତଥାପି ଏନେଇ ସୁପ୍ରିମକୋର୍ଟରେ ଆଇନ ମଧ୍ୟ ରହିଛି। ଦୂତି ଜଣେ ବ୍ରାଣ୍ଡ୍ ଆଥଲେଟ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତିଅ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2YDVMRf
No comments:
Post a Comment