ଓଡିଆ ପିଲାଙ୍କ ଐତିହାସିକ ବିଜୟକୁ ନେଇ ନିର୍ମାଣ ହେଲା ବଲିଉଡ୍‌ ଫିଲ୍ମ: କାନ୍‌ରେ ରିଲିଜ୍‌ ହେଲା ଟ୍ରେଲର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଓଡିଆ ପିଲାଙ୍କ ଐତିହାସିକ ବିଜୟକୁ ନେଇ ନିର୍ମାଣ ହେଲା ବଲିଉଡ୍‌ ଫିଲ୍ମ: କାନ୍‌ରେ ରିଲିଜ୍‌ ହେଲା ଟ୍ରେଲର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସୋଶିଆଲ୍‌ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ପିଲାମାନେ ରଗ୍‌ବି ଫୁଟ୍‌ବଲ ଖେଳି ବିଶ୍ୱକପ୍‌ ଜିତିବା କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ। ଯାହାର ଟ୍ରେଲର କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ରିଲିଜ୍‌ ହୋଇଯାଇଛି। ବଲିଉଡ୍‌ ଅଭିନେତା ଅଭୟ ଦେଓଲ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୦୦୭ମସିହାରେ ଅଣ୍ଡର-୧୪ ରଗ୍‌ବି ଟିମ୍‌ର ଐତିହାସିକ ବିଜୟକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଫିଲ୍ମରେ ଅଭୟ ଦେଓଲ୍‌ କୋଚ୍ ରୁଦ୍ରା‍କ୍ଷ ଜେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି।

କେମିତି ଭୁବନେଶ୍ୱର କିସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କିଛି ପିଲା ମ୍ୟାଚ୍‌ର କିଛି ଦିନ ପୂର୍ବରୁ ରଗ୍‌ବି ଖେଳ ଶିଖି ଲଣ୍ଡନରେ ପହଞ୍ଚୁଛନ୍ତି ଏବଂ ସେଠାରେ ବିଶ୍ୱକପ୍‌ ହାତେଇବାରେ ସଫଳ ହୋଇପାରୁଛନ୍ତି, ତାକୁ ନେଇ ଫିଲ୍ମଟି ଗତିଶୀଳ ହେଇଛି। ଏହି ଫିଲ୍ମରେ ଦୃଢ ଇଚ୍ଛାଶକ୍ତି ବଳରେ କେମିତି ଜଣେ ମଣିଷ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରୁଛି ତାର ନିଦର୍ଶନ ମିଳିଛି।

ଅଭୟ ଦେଓଲଙ୍କ ସହ ହଲିଉଡ୍‌ ଅଭିନେତ୍ରୀ ଇମିଲ୍‌ ଶା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ‘କ୍ୟାପ୍‌ଟେନ୍‌ ଆମେରିକା’, ‘ଜର୍‌ସି ବଏଜ୍‌’, ‘ଫାଷ୍ଟ ଆଣ୍ଡ ଫ୍ୟୁରିଅସ୍‌’ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଏହି ଫିଲ୍ମରେ ଜଣେ ଫିଜିଓଥେରାପିଷ୍ଟ ଭୂମିକାରେ ଅଭିନୟ କରିଛନ୍ତି।

କିସ୍‌ ପିଲା ଗଲେ ଲଣ୍ଡନ
ଏଥିସହ କିସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କିଛି ପିଲା ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ସୁଟିଂ ପାଇଁ ଏହି ପିଲାଙ୍କୁ ଲଣ୍ଡନ ନିଆଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି।



from Odisha Reporter http://bit.ly/2HI4CXl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages