ପୂଜା ଘରେ ଏହି ସବୁ ନିୟମ ପାଳନ କଲେ ହୋଇଥାଏ ଶୁଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ପୂଜା ଘରେ ଏହି ସବୁ ନିୟମ ପାଳନ କଲେ ହୋଇଥାଏ ଶୁଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମ ଅନୁସାରେ ପୂଜାର ଏକ ବିଷେଶ ମୁହୁର୍ତ୍ତ ରହିଛି। ଆମେ ସମସ୍ତେ ଘରେ ପ୍ରତିଦିନ ପୂଜା କରିଥାଉ। ତେବେ ଆମେ ପୂଜା ଘରକୁ ନେଇ ବା ପୂଜା କରିବା ବିଧି ବିଷୟରେ ଅଳ୍ପ ବହୁତ ଜାଣିଥିବା ବେଳେ ତାହାକୁ ହିଁ ବିଶ୍ୱାସ କରି ପାଳନ କରିଥାଉ।

ତେବେ ଆଜି ଆପଣଙ୍କୁ ପୂଜା ଘର କିପରି ହେବା ଆବଶ୍ୟକ ଏବଂ ଠାକୁରଙ୍କ ମୂର୍ତ୍ତି ବା ଫଟୋକୁ କେଉଁ ସ୍ଥାନରେ ରଖିବା ଦ୍ୱାରା ଶୁଭ  ଫଳ ମିଳିଥାଏ, ସେ ବିଷୟରେ କହିବୁ। ତେବେ ପଢ଼ନ୍ତୁ ପୂଜା ଘରେ ଠାକୁରଙ୍କୁ ଆପଣ କେଉଁ ଦିଗରେ ରଖି ପୂଜା କରିବେ।

ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁ ଅନୁସାରେ ଠାକୁରଙ୍କ ମୁଖ ପୂର୍ବ ବା ଉତ୍ତର ଦିଗକୁ ରହିବା ଆବଶ୍ୟକ। କୁହାଯାଏ ଯେ, ଧନ ପାଇବା ପାଇଁ ଉତ୍ତର ଦିଗ ଏବଂ ଜ୍ଞାନ ପାଇବା ପାଇଁ ପୂର୍ବ ଦିଗକୁ ଠାକୁରଙ୍କ ମୂର୍ତ୍ତି ରଖି ପୂଜା କଲେ ଶୁଭ ଫଳ ମିଳିଥାଏ।

କେଉଁ ଦିଗରେ କେଉଁ ଦେବାଦେବୀଙ୍କୁ କରିବେ ପୂଜା

ଦେବୀ ଏବଂ ପ୍ରଭୁ ହନୁମାନଙ୍କ ମୁର୍ତ୍ତି ବା ଫଟୋକୁ ଦକ୍ଷିଣ ଦିଗରେ, ଉତ୍ତରରେ ଗଣେଶ, ଲକ୍ଷ୍ମୀ, କୁବେରଙ୍କ ମୁର୍ତ୍ତି ଉତ୍ତର-ପୂର୍ବ ଦିଗରେ, ରାମ, ରାଧାକୃଷ୍ଣ ମୁର୍ତ୍ତି ପୂର୍ବ ଦିଗରେ ରଖି ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ପୂଜା ସ୍ଥଳରେ ପ୍ରତିଦିନ କରନ୍ତୁ ଏହି କାମ

ପ୍ରତ୍ୟେକ ଦିନ ପୂଜା ଘରେ ଦୀପ ଜାଳନ୍ତୁ। ଏହା କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହେବା ସହ ଘର ଖୁସିରେ ପରିପୂର୍ଣ୍ଣ ହୋଇଥାଏ।

ଏହି ସବୁ କଥାକୁ ରଖନ୍ତୁ ଧ୍ୟାନ

ପୂଜା ଘର ଉପରେ ବା ତଳେ ଯେପରି ଶୌଚାଳୟ ନଥିବ।

ପୂଜା ଘରେ ଜୀବଜନ୍ତୁଙ୍କ ଫଟୋ ମଧ୍ୟ ଲଗାନ୍ତୁ ନାହିଁ।



from Odisha Reporter http://bit.ly/2HjQAw8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages