
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ କାର୍ ଧକ୍କାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୁଣା କଟକ ମେଡିକାଲେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଓଡଗାଁର ରଶ୍ମିତା ବିଷୋୟୀ, ଗୋଧିପଡାର ସୁମନ୍ତ ସାମଲ, ହେମନ୍ତ ଓ ଉଦୟପୁରର ସତ୍ୟସୁନ୍ଦର ପ୍ରଧାନ। ।
ଗତକାଲି ରାତି ପ୍ରାୟ ୧୧ଟା ସମୟରେ ରଶ୍ମିତା ପୁରୁଣାକଟକ ହାଇସ୍କୁଲ ନିକଟରେ ଏକ ଘରୋଇ ବସ୍ରୁ ଓହ୍ଲାଇ ଚାଲିକରି ଖାଇବାକୁ ଯାଉଥିଲେ। ଏହି ସମୟରେ କାର୍ଟି ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲା। କିଛି ବାଟ ଯିବା ପରେ ପୁଣି କାର୍ଟି ଏକ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ସୁମନ୍ତ, ହେମନ୍ତ ଓ ସତ୍ୟ ସୁନ୍ଦର ଆହତ ହୋଇଥିଲେ।
ଦୁର୍ଘଟଣା ପରେ କାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସ୍ କାର ସହ ସେଥିରେ ଥିବା ମଦ ଜବତ କରିଛି। ଡ୍ରାଇଭର ନିସାଶକ୍ତ ଅବସ୍ଥାରେ ଏହି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି।
from Odisha Reporter http://bit.ly/2LG0ufT
No comments:
Post a Comment