
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ସାରା ଦୁନିଆରେ ଏପରି ଆଶ୍ଚର୍ଯ୍ୟଜନକ ଜିନିଷ ଅଛି, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି । ଆମେ ସାଧାରଣତଃ ଏପରି ରେସ୍ତୋରାଁକୁ ଯିବାକୁ ପସନ୍ଦ କରିଥାଉ, ଯାହା କି ଡେକୋରେଟିଭ ହୋଇଥିବ, ହାଲକା ଲାଇଟ୍ ଥିବ, ମ୍ୟୁଜିକ୍ ବାଜୁଥିବ ଆଉ ଷ୍ଟାଇଲିସ୍ ହୋଇଥିବା।
ହେଲେ ଆପଣ ରେସ୍ତୋରାଁ ଖୋଜିଖୋଜି ଯାଇ ଏପରି ଜାଗାରେ ପହଞ୍ଚିବେ ଯାହାକି ଦେଖିବାକୁ ଜେଲ୍ ସେଲ୍ ପରି। ତେବେ ଆପଣ ଏପରି ଜାଗାରେ ଖାଇବାକୁ ପସନ୍ଦ କରିବେ ତ। ଏହିପରି ଆହୁରି ବହୁତ ଥିମ୍କୁ ନେଇ ଡିଜାଇନ ହୋଇଥିବା ରେସ୍ତୋରାଁରେ ଏବେ ଜମୁଛି ଭିଡ। ଗହଳି ସାଙ୍ଗକୁ ବେପାର ବି ଜୋରଦାର ହେଉଛି। ଏପରି କିଛି ରେସ୍ତୋରାଁ ଅଛି, ଯାହାକି ସମଗ୍ର ଦୁନିଆରେ ପାଇଛି ସ୍ୱତନ୍ତ୍ର ପରିଚୟ। ଆଜି ଆପଣଙ୍କୁ ଦେଶବିଦେଶରେ ଥିବା ଏପରି କିଛି ରେସ୍ତୋରାଁ ବିଷୟରେ କହିବୁ ଯାହା ବିଷୟରେ ଆପଣ କେବେ ଶୁଣି ନ ଥିବେ।

ଚୀନ୍ରେ ଏପରି ଏକ ରେସ୍ତୋରାଁ ଅଛି, ଯାହାର ଲୁକ୍ ସମ୍ପୂର୍ଣ୍ଣ ଜେଲ୍ ପରି। ଜେଲରେ ରହିଥିବା କଏଦୀଙ୍କ ପରି ଏଠାକୁ ଆସୁଥିବା ଗ୍ରାହକ ଜେଲ୍ର ସେଲ୍ରେ ବସି ଖାଇଥାନ୍ତି। ୨୦୧୪ ମସିହାରେ ଏପରି ରେସ୍ତୋରାଁ ଖୋଲିଥିଲା।
ଲିବ୍ୟାର ରାଜଧାନୀ ରିଗାରେ ଏପରି ଏକ ରେସ୍ତୋରାଁ ଅଛି, ଯାହାକୁ ପୁରାପୁରି ଭାବେ ହସ୍ପିଟାଲ ଲୁକ୍ ଦିଆଯାଇଛି। ଏଠାରେ ନିୟୁକ୍ତି ପାଇଥିବା ଶେଫ୍ ଡାକ୍ତର ପୋଷାକରେ ଓ ୱେଟର ଥିବା ଯୁବତୀମାନେ ନର୍ସ ପୋଷାକରେ ନଜର ଆସିଥାନ୍ତି। ଏଠାକୁ ଆସୁଥିବା ଲୋକେ ବି ରୋଗୀ ଭଳି ଗେଟଅପ୍ରେ ବସି ଖାଇଥାନ୍ତି।

ତାଇବାଦରେ ଥିବା ଏକ ରେସ୍ତୋରାଁକୁ ଏକ ଉଡାଜାହାଜର ରୂପ ଦିଆଯାଇଛି। ଏହାର ନାମ ରହିଛି ‘ଏ୩୮୦’। ଏହା ଭିତରେ ବୁଲିଲେ ଆପଣଙ୍କୁ କୌଣସି ବିମାନ ଭିତରେ ଥିବା ପରି ଲାଗିବ।

ୱେଷ୍ଟ ହଲିଉଡ଼ରେ ଏପରି ଏକ ରେସ୍ତୋରାଁ ଅଛି, ଯେଉଁଠାରେ ସମ୍ପୂର୍ଣ୍ଣ ଅନ୍ଧକାରରେ ଖାଦ୍ୟ ପରସାଯାଏ। ଏଠାରେ ଥିବା ୱେଟରମାନେ ଦୃଷ୍ଟିଶକ୍ତି ହରାଇ ବସିଥାନ୍ତି। ସେମାନଙ୍କୁ ଦେଖିବାକୁ ଏଠାରେ ମଧ୍ୟ ବେଶ ଭିଡ ପରିଲକ୍ଷିତ ହୋଇଥାଏ।
ଋଷ ରାଜଧାନୀ ମୋସ୍କୋରେ ଏପରି ଏକ ରେସ୍ତୋରାଁ ଅଛି, ଯେଉଁଠାରେ ଯାଆଁଳା ୱେଟର୍ଙ୍କୁ ହିଁ ନିଯୁକ୍ତି ମିଳେ। ଯାଆଁଳା ୱେଟର୍ସମାନଙ୍କୁ ଦେଖିବାକୁ ଏଠାକୁ ବହୁ ସଂଖ୍ୟାରେ ଲୋକେ ଆସିଥାନ୍ତି।
from Odisha Reporter http://bit.ly/2X8P9WW
No comments:
Post a Comment