ଶାହାରୁଖ୍‌ଙ୍କ ‘ମନ୍ନତ୍‌’ କିଣିଥାନ୍ତେ ସଲ୍‌ମାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

ଶାହାରୁଖ୍‌ଙ୍କ ‘ମନ୍ନତ୍‌’ କିଣିଥାନ୍ତେ ସଲ୍‌ମାନ୍‌

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହ ଶାହାରୁଖ୍‌ ଖାନ୍‌ ଯେତିକି ଲୋକପ୍ରିୟ ତାଙ୍କ ବଙ୍ଗ୍‌ଲୋ ମାନେ ‘ମନ୍ନତ୍‌’ ମଧ୍ୟ ସେତିକି ଲୋକପ୍ରିୟ। ମୁମ୍ବାଇର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ଶାହାରୁଖ୍‌ଙ୍କ ‘ମନ୍ନତ୍‌’। ଯିଏ କେହି ବି ମୁମ୍ବାଇ ବୁଲି ଯାଇଥାନ୍ତି ବିଶେଷ କରି ବଲିଉଡ୍‌ ପ୍ରେମୀ, ସେ ଶାହାରୁଖ୍‌ଙ୍କ ‘ମନ୍ନତ୍‌’ ଦେଖିବାକୁ ନିହାତି ଯାଇଥାନ୍ତି।

ଏହା ଆପଣ ଜାଣିଛନ୍ତି କି, ଶାହାରୁଖ୍‌ଙ୍କ ଏହି ‘ମନ୍ନତ୍‌’କୁ ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ କିଣିବାକୁ ଚାହୁଁଥିଲେ। କିନ୍ତୁ ସେ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କ ପାଇଁ ତାହା କିଣି ପାରି ନ ଥିଲେ।

କିଛି ଦିନ ତଳେ ଏକ ସାକ୍ଷାତକାରରେ ସଲ୍‌ମାନ୍‌ ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସମୁଦ୍ର ପାଖରେ ଥିବା ଏକ ବଡ଼ ବଙ୍ଗଲୋ କିଣିବାକୁ ଚାହୁଁଥିଲି। କିନ୍ତୁ ଏହାକୁ ବାତିଲ୍‌ କରିବାକୁ ପଡ଼ିଥିଲା। କାରଣ ବାପା କହିଥିଲେ ‘ଏତେ ବଡ଼ ଘର କରିବୁ କ’ଣ?’

ଏହା କହି ସଲ୍‌ମାନ୍‌ ଆଉ ଏକ କଥାର ମଧ୍ୟ ଖୁଲାସା କରିଛନ୍ତି। ସେ ଶାହାରୁଖ୍‌ଙ୍କୁ ମଧ୍ୟ ପଚାରିଥିଲେ ଯେ, ‘ଏତେ ବଡ଼ ଘରେ ତୁ କରୁଛୁ କ’ଣ?’

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଶାହାରୁଖ୍‌ଙ୍କ ମନ୍ନତ୍‌ର ଦାମ୍‌ ୨୦୦ କୋଟି ଟଙ୍କା। ଏଥିପାଇଁ ତ ତାଙ୍କୁ କିଙ୍ଗ୍‌ ଖାନ୍‌ ବୋଲି କୁହାଯାଏ।

 



from Odisha Reporter http://bit.ly/2JHedB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages