ପ୍ରଚାର ଅଭିଯାନରେ ଯବନିକା, ରବିବାର ହେବ ମୋଦିଙ୍କ ଭାଗ୍ୟ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପ୍ରଚାର ଅଭିଯାନରେ ଯବନିକା, ରବିବାର ହେବ ମୋଦିଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଶେଷରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦୀର୍ଘ ୨ ମାସ ଧରି ଚାଲିଥିବା ପ୍ରଚାର ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆସନ୍ତା ରବିବାର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବ। ଆଜି ଏଥିପାଇଁ ପ୍ରଚାର ଶେଷ ହୋଇଛି। ରବିବାର ଭୋଟ୍‌ ପରେ ଦେଶରେ କିଏ ସରକାର ଗଢ଼ିବ, ତାହା ଆସନ୍ତା ୨୩ରେ ସ୍ପଷ୍ଟ ହେବ। ଚଳିତ ବର୍ଷ ଦେଶରେ ସମୁଦାୟ ୭ଟି ପଯ୍ୟାୟରେ ୫୪୩ଟି ଲୋକସଭା ଓ ୩ ରାଜ୍ୟ (ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ)ର ବିଧାନସଭା ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏପ୍ରିଲ ୧୧ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୯ ତାରିଖରେ ଏହା ଶେଷ ହେବାକୁ ଯାଉଛି।

ରବିବାର ଦିନ ଦେଶର ୮ଟି ରାଜ୍ୟର ୫୯ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ଉତ୍ତର ପ୍ରଦେଶର ୧୩ଟି ଆସନ ପାଇଁ ୧୯ ତାରିଖରେ ଭୋଟିଂ ହେବ। ଏଥିରେ ଗୁରୁତ୍ୱପୂର୍ଣ୍ଣ ବାରାଣସୀ ନିର୍ବାଚନମଣ୍ଡଳୀ ରହିଛି। ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ତାଙ୍କର ଲଢ଼େଇ କଂଗ୍ରେସର ଅଜିତ ରାୟଙ୍କ ସହ ହେଉଛି।

ଅନ୍ୟପକ୍ଷରେ ବ୍ୟାପକ ହିଂସା ଯୋଗୁ ପଶ୍ଚିମବଙ୍ଗରେ ୨୦ ଘଣ୍ଟା ଆଗରୁ ପ୍ରଚାର ଉପରେ ରୋକ ଲଗାଯାଇଥିଲା। ରବିବାର ଏଠାରେ ୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ହେବ। ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିବାରୁ ରବିବାର ଭୋଟ୍‌ ପାଇଁ ଅତିରିକ୍ତ ୭୧୦ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଇଭିଏମ ସୁରକ୍ଷା ଦାୟିତ୍ୱରେ ୩୪ କମ୍ପାନୀ ଫୋର୍ସ ରହିଥିବା ବେଳେ ୬୭୬ କମ୍ପାନୀ ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ।

ଏଥର ଭୋଟିଂ ହେବାକୁ ଥିବା ଆସନଗୁଡ଼ିକ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ନିର୍ବାଚନମଣ୍ଡଳୀ। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ କୁହାଯାଉଥିବା ଗୋରଖପୁର ଉପରେ ବି ସମସ୍ତଙ୍କ ନଜର ରହିବ। ବିଜେପି ଏହି ଆସନ ପାଇଁ ଭୋଜପୁରୀ ଅଭିନେତା ରବି କିଷନଙ୍କ ଉପରେ ଭରସା କରିଛି। ବିହାର ପାଟନା ସାହିବରେ ଶତ୍ରୁଘ୍ନ ସିହ୍ନାଙ୍କ ମୁକାବିଲା ବିଜେପି ନେତା ରବିଶଙ୍କର ପ୍ରସାଦଙ୍କ ସହ ହେଉଛି। ପଞ୍ଜାବର ଗୁରୁଦାସପୁରରୁ ସନ୍ନି ଦେଓଲ ଓ କଂଗ୍ରେସର ସୁନିଲ ଝାକଡ଼ଙ୍କ ମଧ୍ୟରେ ଟକ୍କର ହେବ। ଚଣ୍ଡୀଗଡ଼ ବିଜେପିର କିରନ ଖେର ଓ କଂଗ୍ରେସର ପଓ୍ୱନ ବଂଶଲ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବେ। ପଟିଆଲାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପରିଣୀତି କୌର, ହିମାଚଳ ପ୍ରଦେଶର ହମିରପୁରରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ(ଦୁମକା) ଓ ଫିରୋଜପୁରରୁ ପ୍ରକାଶ ସିଂହ ବାଦଲ ମଇଦାନକୁ ଓହ୍ଲାଇଛନ୍ତି।

ଶେଷ ପର୍ଯ୍ୟାୟରେ ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୯ଟି, ବିହାରରେ ୮ଟି, ମଧ୍ୟପ୍ରଦେଶରେ ୮ଟି, ହିମାଚଳ ପ୍ରଦେଶର ୪, ଝାରଖଣ୍ଡରେ ୩ ଓ ଚଣ୍ଡିଗଡ଼ରେ ଗୋଟିଏ ଆସନ ପାଇଁ ଭୋଟ୍‌ ହେବ।

ଆଜି ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ୍ ଶାହ, କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ଦଳୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ନିଜ ନିଜର ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି।

ଶେଷ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ୫୯ଟି ଆସନ ପାଇଁ ୯୧୮ ଜଣ ପ୍ରାର୍ଥୀ ରହିଛନ୍ତି।



from Odisha Reporter http://bit.ly/2VvAoMn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages