
ଲଣ୍ଡନ୍: ପୁରୁଷ ବିଶ୍ୱକପ୍ ପାଇଁ ଶୁକ୍ରବାର ଆଇସିସି ପକ୍ଷରୁ ଅଫିସିଆଲ୍ସ ସଙ୍ଗ୍ “ଷ୍ଟାଣ୍ଡ୍ ବାଇ” ରିଲିଜ୍ କରାଯାଇଛି। ଏହି ସଙ୍ଗ୍ ୩୦ ମେ’ରୁ ଆରମ୍ଭ ହେବାକୁଥିବା ଟୁର୍ଣ୍ଣାମେଣ୍ଟ ବେଳେ ଗ୍ରାଉଣ୍ଡ ଏବଂ ଇଂଲଣ୍ଡର ବିଭିନ୍ନ ସହରରେ ହେବାକୁଥିବା ବିଶ୍ୱକପ୍ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ।
“ଷ୍ଟାଣ୍ଡ ବାଇ”କୁ କଳାକାର ଲରିନ୍ ଓ ବ୍ରିଟେନର ଅନ୍ୟତମ ସଫଳ ତଥା ପ୍ରଭାବୀ “ରୁଡିମେଣ୍ଟାଲ୍’ ବ୍ୟାଣ୍ଡ୍ ପ୍ରସ୍ତୁତ କରିଛି। ଆଇସିସି ପୁରୁଷ ବିଶ୍ୱକପ୍ ଦୁନିଆର ବଡ଼ ସ୍ପୋର୍ଟିଂ ଇଭେଣ୍ଟ ମଧ୍ୟରୁ ଅନ୍ୟତମ, ଯେଉଁଥିରେ ୧୦ଲକ୍ଷ କ୍ରିକେଟ୍ ପ୍ରଶଂସକ ଏକାଠି ହେବେ ଏବଂ କୋଟି କୋଟି ଦର୍ଶକ ୪୮ ମ୍ୟାଚକୁ ଟିଭିରେ ଦେଖିବେ।
ଦେଖନ୍ତୁ ଭିଡିଓ
🎶 The Official #CWC19 Song is here! 🎶
'Stand By' from @thisisloryn & @Rudimental is out now!https://t.co/6cgKKOOpBY
— Cricket World Cup (@cricketworldcup) May 17, 2019
କ୍ରିକେଟର ଏହି ମହାକୁମ୍ଭରେ ମୋଟ ୧୦ ଟିମ୍ ଭାଗ ନେବେ। ୧୪ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ୨୨ ତାରିଖରେ ଇଂଲଣ୍ଡ ଅଭିମୁଖେ ବାହାରିବ। କ୍ରିକେଟ୍ ପଣ୍ଡିତଙ୍କ ମତରେ, ଆୟୋଜକ ଇଂଲଣ୍ଡ ଓ ଭାରତୀୟ ଟିମ୍ ବିଶ୍ୱକପ ପାଇଁ ଦୃଢ଼ ଦାବିଦାର।
from Odisha Reporter http://bit.ly/2LTob4k
No comments:
Post a Comment