ଏଥର ମନ୍ତ୍ରୀ ହେବେନି ଜେଟ୍‌ଲୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଏଥର ମନ୍ତ୍ରୀ ହେବେନି ଜେଟ୍‌ଲୀ!

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେପିର ସଂକଟ ମୋଚନ କରିଆସିଥିବା ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନୂଆ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିବେନି ବୋଲି ସୂଚନା ମିଳିଛି। ଗତ କିଛି ମାସ ଧରି ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହୁଥିବାରୁ ସେ ଏଭଳି ନିଷ୍ପତ୍ତି ନେବାନେଇ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ତେବେ ଜେଟ୍‌ଲୀଙ୍କ ସହିତ ଘନିଷ୍ଠ ସମ୍ପର୍କ ଥିବା ଜଣେ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ, ସେ ଆଉ ଅର୍ଥମନ୍ତ୍ରୀ ଦାୟିତ୍ୱ ନେବେନି, କାରଣ ସେ ଅସୁସ୍ଥ ଅଛନ୍ତି। ଯଦି ବି ମନ୍ତ୍ରୀ ହେବେ କମ୍‌ ଚାପ ଥିବା ବିଭାଗ ବାଛିବେ। ବିଭିନ୍ନ ଗଣମାଧ୍ୟମ ତାଙ୍କ ସହ ଯୋଗାଯୋଗ କରିବାର ପ୍ରୟାସ କରିଥିଲେ ହେଁ ଏଯାଏ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଗତକାଲି ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର କର୍ମୀଙ୍କ ସହ ବିଜୟ ଉତ୍ସବ ମନାଉଥିବାବେଳେ ଦଳର ତୃତୀୟ ବରିଷ୍ଠ ନେତା ଜେଟ୍‌ଲୀ ଉପସ୍ଥିତ ରହିବବ ବୋଲି କୁହାଯାଇଥିଲେ ମଧ୍ୟ ସେ ଆସିନଥିଲେ। ଏହାପୂର୍ବରୁ ଜେଟ୍‌ଲୀ ସୋଶାଲ ମିଡିଆରେ ମୋଦିଙ୍କ ସମେତ ସମସ୍ତ ବିଜେପି କର୍ମୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ, “ଉତ୍ସାହୀ ଭାରତ ରାଜତନ୍ତ୍ର, ବଂଶବାଦ ଏବଂ ଜାତିବାଦକୁ ଗ୍ରହଣ କରିନି।” ଜେଟ୍‌ଲୀ ମଧୁମେହ ରୋଗରେ ପୀଡ଼ିତ। ଗତ ମେ’ ମାସରେ ସେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରିବା ପରେ ବେଶି ଅସୁସ୍ଥ ହୋଇପଡ଼ିଛନ୍ତି।

ଏପରିକି ସେ ନିର୍ବାଚନ ପୂର୍ବରୁ ଅନ୍ତରୀଣକାଳୀନ ବଜେଟ୍‌ ଉପସ୍ଥାପନ କରିପାରିନଥିଲେ। ତାଙ୍କ ସହଯୋଗୀ ତଥା ରେଲୱେ ମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ୍‌ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତରେ ସେ ହିଁ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ହେବାର ସମ୍ଭାବନା ରହିଛି।



from Odisha Reporter http://bit.ly/2K9VYnF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages