ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପରେ କଂଗ୍ରେସ ଚିନ୍ତା କରିବା ନେଇ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି,“ କଂଗ୍ରେସ ଚିନ୍ତା କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକ୍ କହିଛନ୍ତି। କଂଗ୍ରେସ ଯାହା ଚିନ୍ତା କରିଥିଲା ମୁଖ୍ୟମନ୍ତ୍ରୀ ତାହା ଗଣମାଧ୍ୟମକୁ କହିଛନ୍ତି। କଂଗ୍ରେସ ବିପର୍ଯ୍ୟୟ ସମୀକ୍ଷା ପାଇଁ ଗଠିତ କମିଟିର ଚିଠି ହସ୍ତଗତ ହୋଇନି। ଠିକ୍ ସମୟରେ ପଦକ୍ଷେପ ନିଆଯିବ, ଆହୁରି ପରିଶ୍ରମ କରିବାକୁ ପଡ଼ିବ।”
ସେ ଆହୁରି କହିଛନ୍ତି,“ମୁଁ ପରିବାରବାଦ ରାଜନୀତିକୁ ବିରୋଧ କରେ, ରାଜନୀତିରେ
ପୁତ୍ରମୋହ ଅନୁଚିତ। ପୁତ୍ରମୋହ ଯୋଗୁ କଂଗ୍ରେସ ହାରିବା କଥା ରାହୁଲ ଗାନ୍ଧି
ଯଥାର୍ଥରେ କହିଛନ୍ତି। ରାଜନୀତି ପାଇଁ ମୋ ପୁଅର ବେଶ୍ ଦକ୍ଷତା ଅଛି। ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇ କଂଗ୍ରେସ ପରମ୍ପରା ରକ୍ଷା କରିଛନ୍ତି। ହେଲେ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଏ ଯାଏ ଗୃହୀତ ହୋଇନାହିଁ।
ତେବେ ଭାବୁଛନ୍ତି ନବୀନ କାହିଁକି ଚିରସ୍ଥାୟୀ ରହିବେ ବୋଲି ପ୍ରଶ୍ନରେ ନରସିଂହମିଶ୍ର କହିଛନ୍ତି,“ ନବୀନ ୫ ଥର ଜିତିଥିବାରୁ ଲୋକେ ତାଙ୍କୁ ଭରସା କରିବା ସ୍ୱାଭାବିକ । ଆଗାମୀ ଦିନରେ ଯେ ପରିବର୍ତ୍ତନ ହେବନି କିଏ କହିବ।”
from Odisha Reporter http://bit.ly/30LREAG
No comments:
Post a Comment