ଆମେଠି ହତ୍ୟା ଘଟଣା ପଛରେ ସ୍ଥାନୀୟ ରାଜନୀତିକ କନ୍ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଆମେଠି ହତ୍ୟା ଘଟଣା ପଛରେ ସ୍ଥାନୀୟ ରାଜନୀତିକ କନ୍ଦଳ

ଆମେଠି: ସ୍ଥାନୀୟ ରାଜନୀତିକ କନ୍ଦଳ ପାଇଁ ଉତ୍ତର ପ୍ରଦେଶ ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହ ହତ୍ୟାର ଶିକାର ହୋଇଛନ୍ତି। ଡିଜିପି ଓ.ପି. ସିଂହ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି।

ଏହି ଘଟଣାରେ ୟୁପି ପୁଲିସ ଗତକାଲି ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ବୟାନ ଓ ମିଳିଥିବା ପ୍ରମାଣ ଆଧାରରେ ଡିଜିପି ଏହି ପ୍ରତିକ୍ରିୟା ରଖିଛନ୍ତି। ୟୁପିରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ନିର୍ବାଚନରେ ଜଣେ ଅଭିଯୁକ୍ତ ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଥିଲେ। ହେଲେ ସୁରେନ୍ଦ୍ର ସିଂହ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଏଭଳି ହତ୍ୟାକାଣ୍ଡ ଭିଆଇଥିଲେ ବୋଲି ଅଭିଯୁକ୍ତ ଜଣକ ପୁଲିସ ଆଗରେ କହିଛନ୍ତି।

୫ ଗିରଫ ଅଭିଯୁକ୍ତ ହେଲେ ଓ୍ୱାସିମ୍, ନସିମ୍, ଗୋଲୁ ଏବଂ ରାମଚନ୍ଦ୍ର। ଅନ୍ୟଜଣେ ହେଲା ଧର୍ମନାଥ ଗୁପ୍ତା ଯିଏକି ବିଜେପି ନେତା ସୁରେନ୍ଦ୍ର ସିଂହ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ୍। ଗତକାଲି ସୁଦ୍ଧା ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପୁଲିସ ଏବେ ବି ଖୋଜୁଥିବା ଜଣାପଡ଼ିଛି।

ସୁରେନ୍ଦ୍ର ସିଂହ ଘର ବାହାରେ ଶୋଇଥିବା ବେଳେ ସକାଳେ କିଛି ଦୁର୍ବୃତ୍ତ ଆସି ଗୁଳି ଚଳାଇଥିଲେ। ଏହାପରେ ଆହତ ସୁରେନ୍ଦ୍ରଙ୍କୁ ଲକ୍ଷ୍ନୌ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ଲୋକସଭା ନିର୍ବାଚନ ବେଳେ ସ୍ମୃତି ଇରାନୀଙ୍କ ପାଇଁ ଜୋରଦାର ପ୍ରଚାର କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସ୍ମୃତି ଇରାନୀ ତୁରନ୍ତ ଆମେଠିରେ ପହଞ୍ଚିବା ସଙ୍ଗେସଙ୍ଗେ ଅନ୍ୟମାନଙ୍କ ସହ ମିଶି କୋକେଇକୁ ନିଜ କାନ୍ଧରେ ଶ୍ମଶାନକୁ ନେଇଥିଲେ।



from Odisha Reporter http://bit.ly/2VX6MY9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages