
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ମଞ୍ଜୁର କରିଛନ୍ତି। ଏହାସହିତ ନୂଆ ସରକାର ଗଠନ ହେବାପର୍ଯ୍ୟନ୍ତ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।
ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ତାଙ୍କ ସରକାରକୁ ଭଙ୍ଗ କରାଯିବା ନିମନ୍ତେ ରାଜ୍ୟପାଳଙ୍କୁ ସୁପାରିସ୍ କରିଥିଲେ। ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି ଓ ରାଜ୍ୟରେ ନୂଆ ସରକାର ଗଠନ ନିମନ୍ତେ ଶ୍ରୀ ପଟ୍ଟନାୟକ ପୂର୍ବ ସରକାର ଭଙ୍ଗ ହେବାର ଆବଶ୍ୟକତା ରହିଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଇସ୍ତଫା ପତ୍ରକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମାତ୍ର କିଛି ସମୟ ମଧ୍ୟରେ ମଞ୍ଜୁର କରିବା ସହ ନୂଆ ସରକାର ଗଠନ ହେବାପର୍ଯ୍ୟନ୍ତ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter http://bit.ly/2WlzQwV
No comments:
Post a Comment