
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥରାମ ଗଡ୍ସେକୁ ଦେଶଭକ୍ତ କହିଥିବା ବିଜେପିର ଭୋପାଲ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ଆପତ୍ତିଜନକ ବୟାନକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନ୍ୟୁଜ୍ ୨୪କୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି, ବାପୁ(ମହାତ୍ମା ଗାନ୍ଧି)ଙ୍କୁ ଅପମାନିତ କରିଥିବା ସାଧ୍ୱୀଙ୍କୁ ମୁଁ ଜୀବନରେ କେବେ ହେଲେ କ୍ଷମା ଦେବିନାହିଁ।
ଏଭଳି ବୟାନ ଦେବା ଏକ ମସ୍ତବଡ଼ ଭୁଲ। ଗାନ୍ଧିଜୀ କିମ୍ବା ଗଡସେଙ୍କ ସମ୍ପର୍କରେ ବୟାନବାଜି କରିବା ଭୁଲ। ସାଧ୍ୱୀ କିନ୍ତୁ ଏମାନଙ୍କ ଉପରେ ବୟାନ ଦେଇଛନ୍ତି। ମୁଁ ଚାହିଁଲେ ବି କେବେ ହେଲେ ମୋ ମନ ଭିତରୁ ସାଧ୍ୱୀଙ୍କୁ କ୍ଷମା ଦେଇପାରିବି ନାହିଁ। ଏଭଳି ବୟାନ ଦେଉଥିବା ନେତାମାନେ କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ୧୦୦ ଥର ଚିନ୍ତା କରିବା ଦରକାର। ଭବିଷ୍ୟତରେ ଏମିତି ଘଟଣା ଘଟିବ ନାହିଁ ବୋଲି ମୁଁ ଆଶା କରୁଛି।”
ଗତକାଲି ସାଧ୍ୱୀ ନିଜର ଏକ ପ୍ରତିକ୍ରିୟାରେ ଗଡସେକୁ ଦେଶଭକ୍ତ ବୋଲି କହିଥିଲେ। ଏହାକୁ ନେଇ ବିବାଦ ଦେଖାଦେବା ପରେ ବିଜେପି ପକ୍ଷରୁ ସାଧ୍ୱୀଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା। ଶେଷରେ ସେ କ୍ଷମା ମାଗିଥିଲେ।
from Odisha Reporter http://bit.ly/2W3WWbl
No comments:
Post a Comment