ଦିଦିଙ୍କୁ ବିଜେପି ଝଟ୍‌କା, ପଦ୍ମ ଧରିଲେ ୨ ତୃଣମୂଳ ବିଧାୟକ ଓ ୫୦ରୁ ଅଧିକ କାଉନସିଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଦିଦିଙ୍କୁ ବିଜେପି ଝଟ୍‌କା, ପଦ୍ମ ଧରିଲେ ୨ ତୃଣମୂଳ ବିଧାୟକ ଓ ୫୦ରୁ ଅଧିକ କାଉନସିଲର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପରେ ପୁଣିଥରେ ମମତା ବାନାର୍ଜୀ ଏବଂ ଟିଏମସିକୁ ବିଜେପି ଏକ ଜୋରଦାର ଝଟ୍‌କା ଦେଇଛି। ଆଜି ଟିଏମସିର ଦୁଇ ଜଣ ବିଧାୟକ ଓ ୫୦ରୁ ଅଧିକ କାଉନସିଲର୍ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ନେତା ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ଓ ତୁଷାରକାନ୍ତି ଭଟ୍ଟାଚାର୍ଯ୍ୟ ପଦ୍ମ ଧରିଛନ୍ତି।

ଏମାନଙ୍କ ବ୍ୟତୀତ ସିପିଏମ୍‌ର ହେମତାବାଦ ବିଧାୟକ ଦେବେନ୍ଦ୍ରନାଥ ରୟ ମଧ୍ୟ ବିଜେପିରେ ମିଶିଛନ୍ତି। ଆଜି ଦିଲ୍ଲୀରେ ଏଥିପାଇଁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟାଙ୍କ ଉପସ୍ଥିତିରେ ଏମାନେ ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ୫୦ରୁ ୬୦ ଜଣ ଟିଏମସି କାଉନସିଲର୍ ମଧ୍ୟ ପଦ୍ମ ଧରିଛନ୍ତି। ଏତେ ସଂଖ୍ୟକ କାଉନସିଲର୍ ଦଳ ଛାଡ଼ିବା ଟିଏମସିର ଚିନ୍ତା ବଢ଼ାଇ ଦେଇଛି।

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ବିଜେପି ୧୮ଟିରେ ଜିତିଥିବା ବେଳେ ଟିଏମସି ୨୨ଟିରେ ସୀମିତ ରହିଛି। ୨୦୧୪ରେ ବିଜେପି ଏଠାରେ ମାତ୍ର ୨ଟି ଆସନ ଜିତିଥିଲା ଏବଂ ଟିଏମସି ୩୪ଟି ସାଂସଦ ଲୋକସଭାକୁ ପଠାଇଥିଲା।

 



from Odisha Reporter http://bit.ly/2Meyxw3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages