ଟିଟିଲାଗଡ଼ (ମାନସରଞ୍ଜନ ମହାନ୍ତି): ଭୁବନେଶ୍ୱରରୁ ମୁଖିଗୁଡ଼ା ଯାଉଥିବା ଏକ ବସ୍ ସମ୍ମୁଖରେ ଯାଉଥିବା ମିନିଟ୍ରକ୍କୁ ଧକ୍କା ଦେବା ପରେ ଏକ ଗଛରେ ପିଟି ହୋଇଛି। ମାତ୍ର ଏଥିରେ କୌଣସି ବସ୍ ଯାତ୍ରୀ ଆହତ ହୋଇନାହାନ୍ତି। କିନ୍ତୁ ମିନି ଟ୍ରକ୍ରେ ଥିବା ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗିର ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ପୂରା ଘଟଣା ଏମିତି। ଗତକାଲି ରାତିରେ ଭୁବନେଶ୍ୱରରୁ ମୁଖିଗୁଡ଼ା ଅଭିମୁଖେ ବହାରିଥିଲା ଏକ ଏକ୍ସପ୍ରେସ୍ ବସ୍ ‘ସାନ୍’। ଆଜି ଭୋର ସମୟରେ ସଇଁନ୍ତଳା ବ୍ଲକ ଲାଚୁଟ୍ ଛକ ନିକଟରେ ବସ୍ ସମ୍ମୁଖରେ ଯାଉଥିବା ଏକ ମିନିଟ୍ରକ୍ ହଠାତ ବ୍ରେକ୍ ମାରିଥିଲା। ଫଳରେ ବସ୍ଟି ଭାରସାମ୍ୟ ହରାଇ ମିନିଟ୍ରକ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଥିଲା। ମାତ୍ର ଏଥିରେ କୌଣସି ବସ୍ ଯାତ୍ରୀ ଆହତ ହୋଇନଥିବା ବେଳେ ଟ୍ରକ୍ରେ ଥିବା ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
from Odisha Reporter http://bit.ly/2EBD4SU
No comments:
Post a Comment