ମୋଦିଙ୍କ ଟିମ୍‌ରେ ୩ ଓଡ଼ିଆ ମନ୍ତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ମୋଦିଙ୍କ ଟିମ୍‌ରେ ୩ ଓଡ଼ିଆ ମନ୍ତ୍ରୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜିଠାରୁ ପୁଣି ଚାଲିବ ନମୋ ରାଜ୍।  କେନ୍ଦ୍ରରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ସଂଧ୍ୟା ୭ଟାରେ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ଆୟୋଜନ କରାଯାଇଛି। ତେବେ ମୋଦିଙ୍କ ଟିମ୍‌ରେ କିଏ ରହିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ସ୍ୱାସ୍ଥ୍ୟଗ କାରଣରୁ ଅରୁଣ ଜେଟଲୀ ମନ୍ତ୍ରୀ ହେବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ଗତ ରାତିରେ ଜେଟଲିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମୋଦି ।  ଅସୁସ୍ଥତା କାରଣରୁ ସୁଷମା ସ୍ୱରାଜ ମଧ୍ୟ ମନ୍ତ୍ରୀ ହେବାର ସମ୍ଭାବନା ନାହିଁ  । ବିଜେପି ସଭାପତି ଅମିତ୍ ଶାହ କ୍ୟାବିନେଟ୍‌ରେ ଯୋଗ ଦେବେ ନା ନାହିଁ ତାହା ବି ସ୍ପଷ୍ଟ ହୋଇନି । ମୋଦି ଓ ଅମିତ ଶାହଙ୍କ ମଧ୍ୟରେ ଗତକାଲି ୩ ଘଣ୍ଟା ଧରି ମନ୍ତ୍ରିମଣ୍ଡଳ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।  ଆଜି ସକାଳୁ ମଧ୍ୟ ଅମିତ ଶାହ, ପ୍ରଧାନମନ୍ତ୍ରୀ ବାସଭବନରେ ପହଞ୍ଚି ମନ୍ତ୍ରିମଣ୍ଡଳ ଗଠନ ନେଇ ଆଲୋଚନା କରୁଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏନଡିଏ ମେଣ୍ଟ ସହଯୋଗୀ ଜେଡିୟୁ, ଅକାଳୀ ଦଳ, ଶିବସେନା ଓ ଏଲଜେପିକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବା ଆଶା କରାଯାଉଛି । ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ, କେରଳ ଓ ଆନ୍ଧ୍ରକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ମିଳିପାରେ ।  ଉତ୍ତରପ୍ରଦେଶରେ ଆପ୍ନା ଦଳର ମୁଖ୍ୟ ଅନୁପ୍ରିୟା ପଟେଲ ଏଥର ମୋଦି କ୍ୟାବିନେଟ୍‌ରେ ଯୋଗ ଦେଇପାରନ୍ତି ।

ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ ଦୃଷ୍ଟିରୁ ମନ୍ତ୍ରିମଣ୍ଡଳରେ ସେହି ରାଜ୍ୟକୁ ଗୁରୁତ୍ୱ ଦିଆଯାଇପାରେ। ତେବେ  ଓଡ଼ିଶାରୁ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦ ବଜାୟ ରଖିପାରନ୍ତି । ଆଉ ନୂଆ ସାଂସଦଭାବେ  ସୁରେଶ ପୁଜାରୀ, ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରୁ କେହି ଜଣେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଚର୍ଚ୍ଚା ହେଉଛି ।



from Odisha Reporter http://bit.ly/2JMIFdo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages