ଫେଲ୍‌ ହେବା ଜାଣି ବିଷ ପିଇଦେଲେ ଦଶମ ଶ୍ରେଣୀ ଛାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଫେଲ୍‌ ହେବା ଜାଣି ବିଷ ପିଇଦେଲେ ଦଶମ ଶ୍ରେଣୀ ଛାତ୍ର

ଜଳେଶ୍ୱର (ଅଜିତ ଦାସ): ମ୍ୟାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହେବା ଜାଣି ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ବସ୍ତା ବ୍ଲକ ପୁଣ୍ଡରୁଙ୍ଗି ଗାଁର ଶଙ୍କର୍ଷଣ ସେଠୀ ସଦର ବ୍ଲକ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲରେ ପାଠ ପଢ଼ନ୍ତି। ଚଳିତବର୍ଷ ସେ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ। ଭଲ ନମ୍ୱର ରଖି ପାସ୍‌ କରିବେ ବୋଲି ଭାବିଥିଲେ। ମାତ୍ର ଆଜି ପ୍ରକାଶ ପାଇଥିବା ମ୍ୟାଟ୍ରିକ୍‌ ପରୀକ୍ଷାରେ ସେ ଫେଲ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପରେ ସେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୮୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଜଣ ପିଲା ପାସ୍‌ କରିଛନ୍ତି। ଆଉ ୧ ଲକ୍ଷ ୬୩ ହଜାର ୯୫୪ ଜଣ ଫେଲ୍‌ ହୋଇଛନ୍ତି। ୮୨ ସ୍କୁଲ୍‌ରେ ରେଜଲ୍ଟ ଶୂନ୍ ରହିଛି।



from Odisha Reporter http://bit.ly/2WRFYKs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages