ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହରର ପ୍ୟାଲେସ୍‌ ଲାଇନ୍‌ ପଡ଼ାରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ସୁଧାଂଶୁ ବାବୁଙ୍କ ଘରୁ ଚୋରି ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

ପୂରା ଘଟଣା ଏମିତି। ଗତ ୧୫ ତାରିଖରେ ଅବସରପ୍ରାପ୍ତ ଶିକ୍ଷକ ସୁଧାଂଶୁ ବାବୁ ଓ ତାଙ୍କ ସ୍ତ୍ରୀ ତଥା ଟାଉନ ହାଇସ୍କୁଲର ଶିକ୍ଷୟିତ୍ରୀ ନିବେଦିତା ପଣ୍ଡା ଘରେ ତାଲା ପକାଇ ପରିବାର ସହ ଭୁବନେଶ୍ୱର ଯାଇଥିଲେ। ଆଜି ସକାଳେ ସେମାନେ ଫେରିବା ପରେ ଘରର କବାଟ ଝରକା ସବୁ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଚୋରମାନେ ଘର ଭିତରେ ଥିବା ଲକର ଭାଙ୍ଗି ନଗଦ ଏକ ଲକ୍ଷ ଟଙ୍କା, ୧୫ ଭରି ସୁନା ଓ ୨୦ ଭରି ରୁପା ଅଳଙ୍କାର ଲୁଟି ନେଇଛନ୍ତି।

ଏନେଇ ଅଭିଯୋଗ ହେବା ପରେ ବଲାଙ୍ଗିର ଟାଉନ ଥାନା ପୁଲିସ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।



from Odisha Reporter http://bit.ly/2Vvqquc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages