
ମୁମ୍ବାଇ: ଗୁରୁତର ଅସୁସ୍ଥ ଥିବା ଆଳରେ ଜାମିନ୍ ପାଇ ବିଜେପି ଟିକେଟ୍ରେ ଭୋପାଳରୁ ନିର୍ବାଚନ ଲଢ଼ୁଥିବା ମାଲେଗାଓଁ ବିସ୍ଫୋରଣ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଜବରଦସ୍ତ ଝଟ୍କା ଲାଗିଛି। ଏଣିକି ସାଧ୍ୱୀ ଏବଂ ମାଲେଗାଓଁ ବିସ୍ଫୋରଣର ଅନ୍ୟ ୬ ଅଭିଯୁକ୍ତ ସପ୍ତାହକୁ ଗୋଟିଏ ଦିନ କୋର୍ଟରେ ହାଜିରା ଦେବେ। ଏଥିସହ ମାମଲା ପରିଚାଳନାରେ ଏମାନେ ସହଯୋଗ କରିବେ ବୋଲି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଲେଗାଓଁ ବିସ୍ଫୋରଣରେ ସାଧ୍ୱୀଙ୍କ ବ୍ୟତୀତ କର୍ଣ୍ଣେଲ ପୁରୋହିତ ମଧ୍ୟ ରହିଛନ୍ତି।
ଆଜିର ଶୁଣାଣି ବେଳେ ସମୟରେ କୌଣସି ଅଭିଯୁକ୍ତ କୋର୍ଟ ମଧ୍ୟରେ ଉପସ୍ଥିତ ନଥିବାରୁ ବିଚାରପତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ ବୋଲି ଧାର୍ଯ୍ୟ କରାଯାଇଛି।
୨୦୦୮ ମାଲେଗାଓଁ ବିସ୍ଫୋରଣରେ ସାଧ୍ୱୀ, କର୍ଣ୍ଣେଲ ପୁରୋହିତ, ମେଜର(ଅବସରପ୍ରାପ୍ତ) ରମେଶ ଉପାଧ୍ୟାୟ, ଅଜୟ ରହିରକର, ସୁଧାକର ଦ୍ୱିବେଦୀ, ସୁଧାକର ଚର୍ତୁବେଦୀ ଓ ସମୀର କୁଲକର୍ଣ୍ଣୀ ଅଭିଯୁକ୍ତ ଭାବେ ରହିଛନ୍ତି। ଏମାନେ ସମସ୍ତେ ଏବେ ଜାମିନ୍ରେ ଅଛନ୍ତି।
from Odisha Reporter http://bit.ly/2WO2VOA
No comments:
Post a Comment