କମ୍ପ୍ୟୁଟର ବାବାଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

କମ୍ପ୍ୟୁଟର ବାବାଙ୍କ ନାଁରେ ମାମଲା ରୁଜୁ

ଭୋପାଲ: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ନାମଦାସ ତ୍ୟାଗୀ ଓରଫ୍‌ କମ୍ପ୍ୟୁଟର ବାବାଙ୍କ ନାଁରେ ଆଜି ମଧ୍ୟପ୍ରଦେଶ ପୁଲିସ୍‌ ମାମଲା ରୁଜୁ କରିଛି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ପାଇଁ କମ୍ପ୍ୟୁଟର ବାବା ଏକ ମହାଯଜ୍ଞର ଆୟୋଜନ କରିଥିଲେ।

ଏହାପରେ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବା ସହ ଦିଗବିଜୟଙ୍କ ପାଇଁ କମ୍ପ୍ୟୁଟର ବାବା ପ୍ରଚାର କରି ସାଂପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ କରିଥିଲା।

ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ କମ୍ପ୍ୟୁଟର ବାବାଙ୍କୁ ନୋଟିସ୍‌ କରିଥିଲେ। ଏହାର ଜବାବରେ କମ୍ପ୍ୟୁଟର ବାବା କହିଥିଲେ ଯେ ମହାଯଜ୍ଞ ରାଜନୀତିକ କାର୍ଯ୍ୟକ୍ରମ ନଥିଲା। ଏହା ଧର୍ମୀୟ ଭାବନା ସହ ଜଡ଼ିତ।

ଆମକୁ ଯଜ୍ଞ ବେଳେ ସେହି ସ୍ଥଳରେ କୌଣସି ରାଜନୀତିକ ପୋଷ୍ଟର ମରାଯିବ ନାହିଁ ବୋଲି କୁହାଯାଇଥିଲା। ହେଲେ କିଛି ଅସାମାଜିକ ବ୍ୟକ୍ତି ପୋଷ୍ଟର ମାରିଥିଲେ। କମ୍ପ୍ୟୁଟର ଭୋପାଲ ଜିଲ୍ଲାପାଳ ବାବାଙ୍କ ଏହି ଆଚରଣର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ କମ୍ପ୍ୟୁଟର ବାବା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ଏହି କାରଣରୁ ପୁଲିସ୍‌ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।



from Odisha Reporter http://bit.ly/2LJasgl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages