ଚିକିତ୍ସା ସମୟରେ ମୁହଁରେ ବିସ୍ଫୋରଣ, ମହିଳା ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଚିକିତ୍ସା ସମୟରେ ମୁହଁରେ ବିସ୍ଫୋରଣ, ମହିଳା ମୃତ

ଆଲିଗଡ଼:ଆଜି ଉତ୍ତର ପ୍ରଦେଶର ଆଲିଗଡ଼ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରମାନେ ଜଣେ ମହିଳାଙ୍କ ଚିକିତ୍ସା କରୁଥିବା ବେଳେ ହଠାତ୍‌ ତାଙ୍କ ମୁହଁରେ ବିସ୍ଫୋରଣ ହୋଇଥିଲା। ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି।

ବୁଧବାର ରାତିରେ ମହିଳା ଜଣଙ୍କ ବିଷ ପିଇ ଦେଇଥିବାରୁ ତାଙ୍କୁ ଆଲିଗଡ଼ ସ୍ଥିତ ଜେଏନ୍‌ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ବିଷ ବାହାର କରିବା ପାଇଁ ମହିଳାଙ୍କ ପାଟିରେ ତୁରନ୍ତ ସକସନ୍‌ ପାଇପ୍‌ ଭର୍ତ୍ତି କରିଥିଲେ। ତେବେ ହଠାତ୍‌ ତାଙ୍କ ମୁହଁ ଭିତରେ ବିସ୍ଫୋରଣ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରମାନଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ସଲଫ୍ୟୁରିକ ଏସିଡ୍‌ ପିଇଥିଲେ। ସକସନ୍‌ ପାଇପ୍‌ ଦ୍ୱାରା ଅମ୍ଳଜାନ ପାଇବାରୁ ଏହା ହଠାତ୍‌ ବିସ୍ଫୋରଣ ହୋଇଥିଲା। ସିସିଟିଭିରେ ଏହି ଘଟଣା କଏଦ ହୋଇଛି।



from Odisha Reporter http://bit.ly/2YwnzmE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages