ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ସ୍ୱାମୀ କମଳାକାନ୍ତଙ୍କୁ ଗିରଫ କରିଛି। ସନ୍ତୋଷଙ୍କ ଘର ପଶ୍ଚିମବଙ୍ଗ ରାମନଗରରେ।
କମଳାକାନ୍ତ କମର୍ଦ୍ଦା ଅଞ୍ଚଳରେ ଏକ ଭଡ଼ା ଘରେ ପିତଳ ନିର୍ମିତ ସରଞ୍ଜାମ ଦୋକାନ କରନ୍ତି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ କମଳାକାନ୍ତ ନିଜ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ସ୍ତ୍ରୀର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍କୁ ଖବର ଦେଇଥିଲେ। କମଳାକାନ୍ତ ଘଟଣାସ୍ଥଳୁ ଫେରାର ହୋଇଯାଇଥିଲା।
ପରେ ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ପୁଲିସ୍ ସନ୍ତୋଷଙ୍କୁ ଗିରଫ କରିଥିଲା। ପରକ୍ରୀୟା ପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2WBroK3
No comments:
Post a Comment