ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ହଂସୁଆ ପୋଲରେ ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଗୋପାଳପୁର ଗାଁର ବୁବୁ ଜେନା। ଆହତ ଜଣଙ୍କ ହେଲେ ସାନୁ ଜେନା।
ସୂଚନା ଅନୁସାରେ,ସାନୁ ଡ୍ରାଇଭରର ଅନୁପସ୍ଥିତିରେ ତାର ଜଣେ ସମ୍ପର୍କୀୟ ବୁବୁ ସହିତ ଉକ୍ତ ଟ୍ରାକ୍ଟରକୁ ନେଇ ଘରକୁ ଫେରୁଥିଲେ। ଗତକାଲି ବିଳମ୍ବିତ ରାତିରେ ହଂସୁଆ ପୋଲ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଭୟ ସାନୁ ଓ ବୁବୁକୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବୁବୁର ମୃତ୍ୟୁ ଘଟିଥିଲା। ସାନୁ ପାଖରେ ଲାଇସେନ୍ସ ନ ଥିବା ଜଣାପଡ଼ିଛି। ସାନୁକୁ ଜଗତସିଂହପୁର ସଦର ଥାନାରେ ଅଟକ ରଖାଯାଇଛି ।
from Odisha Reporter http://bit.ly/2YZUNLE
No comments:
Post a Comment