ମୃତ ଆଇଟିଆଇ ଛାତ୍ରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବା ଦାବିରେ ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ମୃତ ଆଇଟିଆଇ ଛାତ୍ରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବା ଦାବିରେ ବିକ୍ଷୋଭ

iti

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ‘ଫୋନି’ ପ୍ରଭାବିତ ଭୁବନେଶ୍ୱରକୁ ବିଦ୍ୟୁତ୍ ମରାମତି ପାଇଁ ଆସି ପ୍ରାଣ ହରାଇଥିବା ରାଉରକେଲା ସରକାରୀ ଆଇଟିଆଇ କଲେଜର ଛାତ୍ର ଭାସ୍କର ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହିତ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବା ଦାବିରେ ଆଜି ତାଙ୍କ ସହପାଠୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ କଲେଜ୍‌ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ତେବେ କଲେଜ ଅଧ୍ୟକ୍ଷ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଉଠିଥିଲେ।

ଭୁବନେଶ୍ୱରରେ ବିଦ୍ୟୁତ୍ ମରାମତି କାମ କରିବାକୁ ରାଉରକେଲା ଆଇଟିଆଇରୁ ୩୭ ଜଣ ଛାତ୍ର ଭୁବନେଶ୍ୱର ଆସିଥିଲେ। ସେମାନେ କାମ ସାରି ବୁଧବାର ରାଉରକେଲା ଫେରିଥିଲେ। ତେବେ ବାଟରେ ଭାସ୍କର କୌଣସି କାରଣରୁ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ ହୋଇଛି।

vaskarଭାସ୍କରଙ୍କ ଜଣେ ସହପାଠୀ କହିଛନ୍ତି,“ବୁଧବାର ରାତିରେ ଆମ ରାଉରକେଲା ଫେରିବା ବେଳେ ରାଜଗାଙ୍ଗପୁର-କାଶଂପାଳ ଭିତରେ ଭାସ୍କର ଟ୍ରେନରୁ ଖସି ପଡ଼ିଥିଲା। ଆମେ କାଶଂପାଲ ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ତାକୁ ଖୋଜାଖୋଜି କରିଥିଲୁ। ଡ୍ରେନ୍‌ ସ୍ଲାପ୍‌ରେ ସେ ପଡ଼ିଥିବା ଆମେ ଦେଖିବାକୁ ପାଇଥିଲୁ। ସେତେବେଳେ ସେ ବଞ୍ଚିଥିଲା। ଆମେ ତାକୁ ବୋହି ମନ୍ଦିରା ଗେଟ୍‌ ପାଖକୁ ଆଣିଥିଲୁ ଓ ଆମ୍ବଲାନ୍ସକୁ ଫୋନ୍‌ କରିଥିଲୁ। ଆମ୍ବଲାନ୍ସ ଦୁଇ ଘଣ୍ଟା ପରେ ଆସିବ ବୋଲି କହିଲା। ପରେ ଆମ୍ବୁଲାନ୍ସକୁ ଫୋନ୍ କରିବାରୁ ସେ ଆସିବନି ବୋଲି ମନା କରିଦେଲା। ତା’ପରେ ସେଇଠି ଭାସ୍କରର ମୃତ୍ୟୁ ହୋଇଥିଲା। ତା’ ପରିବାରରକୁ କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କା ଦିଆଯାଉ। ତା’ସହିତ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ଆମେ ଦାବି କରୁଛୁ।”

ରାଉରକେଲା ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ କହିଛନ୍ତି,“ଭାସ୍କରଙ୍କ ପରିବାରକୁ ଗତକାଲି ରାତିରେ ୫ ଲକ୍ଷ ଟଙ୍କା ଦିଆଯାଇଛି। ଅଲଗା ସରକାରୀ ସହାୟତା ପାଇଁ ଆଲୋଚନା ଚାଲିଛି।”

ସୂଚନାଯୋଗ୍ୟ, ବିକ୍ଷୋଭ ହଟିବା ପରେ ମୃତ ଛାତ୍ରଙ୍କ ସ୍ମୃତିରେ ଅଧ୍ୟକ୍ଷ ଆଜି ଦିନକ ପାଇଁ କଲେଜ୍‌କୁ ବନ୍ଦ ଘୋଷଣା କରିଛନ୍ତି।



from Odisha Reporter http://bit.ly/2Q8a35F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages